କ୍ଷୁଦ୍ରଗଳ୍ପ- ମେମର୍
✒️ ସୁଶାନ୍ତ ରଣା
ଆଉଛେ ପଞ୍ଚେତ୍ ଭୋଟ୍ l କେନ୍ କାନା କହି ଦେଲା ଯେ, ମକାରୁ ଇଥର ମେମର୍ ନେ ଠିଆ ହେବା l ମନେ ତାର୍ ଉସତ୍ କହେଲେ ନି ସରେ l ସତେ ଯେନ୍ତା ଦେଶର ମୁଖିଆ ହେବା ! ମେମର୍ ହେବାର୍ ସୁନି କରି, ମକାରୁର୍ ଆଖି ଝୁମରା ନାଇଁ l ଯେନ୍ ଦିନେ ଲୁକ୍ କେ ଦେଖ୍ ଲେ ମୁହୁଁ ମୁଡ଼ି ଖସ୍ରି ଯଉଥିଲା, ସେ ଆଏଜ୍ କଥା ଲାଗବାକେ ସମିଆଁ ଖୁଜୁଛେ l କେନ୍ ସି ଦିନେ ଭି ମକାରୁ କାହାର୍ ନଖେ କବାର୍ ଟେଭି ନି କର୍ବାର l ଇହାଦେ ମେମର୍ ହେଲେ, କାର୍ ଦୁଖ୍ ଅସ୍ ବିଧା ନି ରଖେଁ, ପଡ଼ାକେ ଚକ୍ ଚକେଇ ଦେମି ବଲି ସପନ୍ ଦେଖଉ ଥିବାର୍ ବେଲେ ଭୋଟର୍ ଭି ହଁ ହଁ ମାରୁଥନ୍ l ମକାରୁର୍ ପାଦ୍ ତଲେ ନାଇଁ ଲାଗୁଥାଇର୍ l ଭାବୁଥାଏ ମେଁମର୍ ନେ ପକ୍କା ଜିତ୍ ବା l କେତେ ଦିନ୍ ଗଲା ଉତାରେ ପଞ୍ଚେତ୍ ଭୋଟ୍ ହେଲା l ମକାରୁ ମେମର୍ ଯା ହେତା ଯେ, ପଡ଼ା ତ୍ ପଡ଼ା ତାର୍ ଘରର୍ ମାଏଜି ଭି ତାକେ ଭୋଟ୍ ନି ଦେଲା l ମକାରୁ ଜାନି ପାର୍ଲା, ମେମର୍ ଟେ ଭି ହେବାକେ ହେଲେ ଲୁକର୍ ସଂଗେ ମିଶିଭିରି କରି ରହେମା, ଲୁକର୍ ଅସବିଧା ନେ ଠିଆ ହେବା କେ ପଡବା ! ଏତକେ ଯାକ ପାଂଚ ଲୁକର୍ ମୁଡ୍ ହେଇ ହେବା l ସେଭେନୁ ମକାରୁ ସବକର୍ ନ ମିଲିମିଶି ରହି ତାର୍ କବାର୍ ସଂଗେ ପରର୍ ଭି ଭଲ୍ ମନ୍ଦନେ ଠିଆ ହେଲା l ପଡ଼ାର୍ ଲୋକ ମକାରୁର୍ କବାର୍ ଦେଖି ଖୁସ୍ l ସଭେ କିରିଆ କଲେ ଆରୁ, ଆସବାର୍ ଭୋଟ୍ ନେ ମକାରୁ କେ ମେମର୍ ନେ ଠିଆ କର୍ବେ l ପାଂଚ ବଛର୍ ଗଲା ଉତାରେ ପଞ୍ଚେତ୍ ଭୋଟ୍ ନେ ମକାରୁ ମେମର୍ ହେଲା l
ସୁଶାନ୍ତ ରଣା
(ମସୀହା ପ୍ରତିନିଧି, କର୍ଲାମୁଣ୍ଡା)
ତେରେସିଂହା, ଜି. କଳାହାଣ୍ଡି
ମୋ. ୭୮୯୪୬୫୮୨୭୪