ନୂଆପଡା : ନୁଆପଡା ସଦର ମହକୁମା ସ୍ଥିତ ମିନିଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଅଛି। ମୁଖ୍ୟ ଅତିଥି ରୂପେ ଓଡିଶା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ୍ ଯୋଗ ଦେଇ ଜାତୀୟ ପତ୍ତାକା ଉତ୍ତୋଳନ କରିଥିଲେ। ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ ଆଜିର ଦିନ ସମ୍ବିଧାନ ପ୍ରଣୟନ ହୋଇଥିବା ବେଳେ ସମାଜର ପ୍ରତ୍ୟେକ ସ୍ତର ବ୍ୟକ୍ତଙ୍କ ପାଇଁ ଚିନ୍ତା କରିଛନ୍ତି।ଦୂରଦୃଷ୍ଟି ଏବଂ ମାନବ ଅଧିକାରକୁ ନେଇ ସମ୍ବିଧାନ ରେ ଆଇନ ବ୍ୟବସ୍ଥା ହୋଇଅଛି। କୋଭିଡ ନିୟମାବଳୀ ର ପାଳନ କରି ଆଜି ମିଳିତ ପ୍ୟାରେଡ଼ କାର୍ଯ୍ୟକ୍ରମକୁ ବାତିଲ କରିଥିବା ବେଳେ କେବଳ ଗୋଟିଏ ପୋଲିସ ବାହିନୀ ଆଜି ସାମିଲ ହୋଇଥିଲେ।ଜିଲ୍ଲାପାଳ ସ୍ବାଧାଦେଵ ସିଂ ଯୋଗ ଦେଇଥିଲେ। କୋଭିଡ ସଂକ୍ରମଣ କୁ ଦୃଷ୍ଟିରେ ରଖି ମାତ୍ର ସ୍ଵଳ୍ପ ଜନତା, ଅଧିକାରୀ, ପୋଲିସ ବାହିନୀଙ୍କୁ ନେଇ ପାଳିତ ହୋଇଅଛି ୭୩ତମ ଗଣତନ୍ତ୍ର ଦିବସ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ