ଉଦ୍ଧାର ପାଇଁ କଲେ ନିବେଦନ
ନୂଆପଡା : କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟି ଯାଇ ଥିଲେ । ଏବେ ଇଟାଭାଟି ମାଲିକ ନିର୍ଯ୍ୟାତନା ଦେଉ ଥିବା ଅଭିଯୋଗ କରିଛନ୍ତି ନୂଆପଡା ଜିଲ୍ଲାର ଦାଦନ ଶ୍ରମିକମାନେ । ଏକ ଭିଡିଓ ଜରିଆରେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ।
କାମଧନ୍ଦା ଅଭାବରୁ ଗତ ଦୀପାବଳି ପରେ ନୂଆପଡା ଜିଲ୍ଲା ରଜନା,ଘୋଟଶ୍ବର,ତରବୋଡ ,ବେଲଗାଁ ଆଦି ଗାଁର ୬୫ ଜଣ ଦାଦନ ଶ୍ରମିକ ଦଲାଲ ସହାୟତାରେ ହାଇଦ୍ରାବାଦ ନିକଟ ସିଲସିଲା ଚନ୍ଦ୍ରମପେଟ ଇଟାଭାଟିକୁ ଯାଇ ଥିଲେ । ଏବେ ଇଟାଭାଟି ମାଲିକ ଶ୍ରମିକମାନଙ୍କୁ ମାଡ ପିଟ୍ କରିବା ସହ ଅକଥନୀୟ ନିର୍ଯ୍ୟାତନା ଦେଉ ଥିବା ଅଭିଯୋଗ କରିଛନ୍ତି । ଏକ ଭିଡିଓ ବାର୍ତ୍ତା ପଠାଇ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ