ବେଆଇନ ଭାବେ ଟ୍ରାକ୍ଟର ଯୋଗେ ବାଲି ଚାଲାଣ କରୁଥିବା ମାଫିଆଙ୍କ ଠାରୁ ୨୦ ହଜାରରୁ ଉର୍ଦ୍ଧ୍ବ ଜରିମାନା ଆଦାୟ କରାଯାଇଥିବା ତହସିଲଦାରଙ୍କ ଠାରୁ ପ୍ରକାଶ। ଆଜି ସକାଳ ତେଲନଦୀ ଓ ତୁର୍ଲାଖମନ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ନେଇ ତହସିଲଦାର ଜ୍ୟୋର୍ତିମୟ କର ଖବର ପାଇ କାର୍ଯ୍ୟାଳୟର ସୁପରଭାଇଜର ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ପଠାଇ ଟ୍ରାକ୍ଟର ଦୁଇଟିକୁ ଜବତ କରିବା ସହ ୨୦ ହଜାର ୪୦୦ ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି।
ଚନ୍ଦ୍ରମଣି ସ୍ବାଇଁ, କେସିଙ୍ଗା