ଜୟନ୍ତ ପୁର – ଧର୍ମଗଡ ବ୍ଲକ ଜୟନ୍ତପୁର ଠାରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି 73ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବରେ ସରପଞ୍ଚ ରମଣୀ ଦୁରିଆ ଯୋଗଦେଇଥିଲେ l ସରପଞ୍ଚ ନିଜ ବକ୍ତବ୍ୟରେ ସମ୍ଭିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ସମ୍ବିଧାନ ଲେଖି ସମସ୍ତଙ୍କୁ ସମାନ ଅଧିକାର ଦେଇଥିବା କଥା ବକ୍ତବ୍ୟ ରଖି ସମସ୍ତ ମହାପୁରୁଷ ମନେ ପକାଇଥିଲେ ଏବଂ ସରକାରଙ୍କ କୋଭିଡ ନିୟମକୁ ପାଳନ କରିବା ପାଇଁ ପଞ୍ଚାୟତବାସୀଙ୍କୁ ସଚେତନ ବାର୍ତା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଘୁନାଥ ଖମାରୀ, ଗଗନ ମେହେର, ଡମ୍ବରୁ କାଣ୍ଡ, ତୁଳସୀ ନାଏକ, ଭବାନୀ ଭୋଇ,ଦିପେନ ଦୁରିଆ,କ୍ଷୀରୋଦ ଭୋଇ,ଭୋଦେବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l
previous post