ଭବାନିପଟଣା -( ଖୁସି ରାମ ସାହୁ ଙ୍କ ରିପୋର୍ଟ ) ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ “ଗଣତନ୍ତ୍ର “କୁ ନେଇ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାହିତ୍ୟିକ, ସମାଜସେବୀ, ଆଧ୍ୟାତ୍ମିକବାଦ ବ୍ୟକ୍ତି, କବି ଏବଂ ଲେଖକ ମାନେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମିଶ୍ର ( ଅଧ୍ୟାପକ, ଭାଗବତ ପ୍ରଚାରକ) ମୁଖ୍ୟ ବକ୍ତା ଉତ୍କଳ ବାଗ୍ମୀ ଭୂଷଣ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ( ବରିଷ୍ଠ ଅଧିକାରୀ ଓଡ଼ିଶା ଅର୍ଥ ସେବା ) ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସଞ୍ଜୟ ଷଡଙ୍ଗୀ ଉପସ୍ଥିତ ରହି ଗଣତନ୍ତ୍ର ବିଷୟରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଯୁବପିଢ଼ି ଙ୍କୁ ସହଯୋଗ, ପରିବେଶ ସୁରକ୍ଷା, ଅହିଂସା , ସତ୍ୟ , ଧର୍ମ ମାଧ୍ୟମରେ ଆଦର୍ଶ ଚରିତ୍ର ଗଠନ କରିବାକୁ ପରାମର୍ଶ ଦେଇଥିଲେ ।ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସର୍ବେଶ୍ଵର ଭୋଇ, ସୁନିଲ ମହାନନ୍ଦ ଏବଂ ଲିପ୍ସା ମହାରଣା ସେମାନଙ୍କର ସୁଲଳିତ କଣ୍ଠ ସ୍ଵରରେ ଜାତୀୟତାର ଭାବନା ସୃଷ୍ଟି କରିଥିଲେ । ଡ. ଭବାନୀ ଶଙ୍କର ନିଆଲ୍ ସତ୍ୟ ଏବଂ ଶାନ୍ତି ର ସଂକଳ୍ପ ନେବାକୁ ଯୁବ ପିଢ଼ି ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତିଷ୍ଠାତା ଖୁସିରାମ ସାହୁ ଶିକ୍ଷା ଏବଂ କର୍ମ ତତ୍ପରତାକୁ ପ୍ରାଧାନ୍ୟ ଦେଇ ଯୁବ ସମାଜକୁ ପରିଚାଳିତ ହେବାକୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ,ଉପଦେଷ୍ଟା ଭାରତୀ ରଥ, ଗୌର ଦାସ, ସନାତନ ମହାକୁଡ଼, ସଂଗ୍ରାମ କେଶରୀ ରାଉତରାୟ, ମନ୍ମଥ ସ୍ୱାଇଁ, ରାଜ କିଶୋର ମୁଣ୍ଡି, ଅଜିତ କୁମାର ଭୋଇ, ଜ୍ଞାନେନ୍ଦ୍ର ଭୋଇ କମଳିନୀ ଚଣ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ କାର୍ଯ୍ୟକ୍ରମର ଉପସ୍ଥାପିକା ଲିପ୍ସା ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।
next post