ବିଧାୟକ ମୋୖଷଧି ବାଗଙ୍କୁ ଡ଼ମ୍ବ ସମାଜର ଧନ୍ୟବାଦ
ବେହେରା – ଧର୍ମଗଡ ବ୍ଲକ ବେହେରା ଗ୍ରାମ ଠାରେ କୋଭିଡ କଟକଣା କୁ ମାନି ଦଣ୍ଡପାଟ ଆଞ୍ଚଳିକ ଡ଼ମ୍ବ ସମାଜ ଭବନର ଭୂମି ପୂଜନ ହୋଇଯାଇଛି l ଡ଼ମ୍ବ ସମାଜ ର ଲୋକମାନେ ଶିକ୍ଷା କ୍ଷେତ୍ରରେ କିଭଳି ଅଗ୍ରସର ହେବେ ଓ ସମସ୍ତଙ୍କ ମଧ୍ୟରେ ଭାତୃଭାବ, ସମାନତା ମନୋଭାବ ହେବ ସେଥିପାଇଁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଗାଁ ଗାଁ ଯାଇ ସଚେତନ କରୁଛନ୍ତି l ମହାମାରୀ କରୋନା ସମୟରେ ଡ଼ମ୍ବ ସମାଜର ଅସହାୟ, ନିରୀହ, ଗରିବ ଲୋକଙ୍କୁ ଶୁଖା ଖାଦ୍ୟ ବଣ୍ଟନ କରିଥିଲେ ଓ ଶୀତ ସମୟରେ କମ୍ବଳ ବାଣ୍ଟିଥିଲେ l ଏଭଳି ସମାଜ ସେବା ଅହରହ କରିଆସୁଛନ୍ତି l ହେଲେ ସଭା କାର୍ଯ୍ୟ ପାଇଁ କୌଣସି ଘର ନଥିଲା ଏନେଇ ଧର୍ମଗଡ ବିଧାୟକ ମୋୖଷଧି ବାଗ ଙ୍କୁ ଜଣାଇଲା ପରେ ଡ଼ମ୍ବ ସମାଜ ଭବନ ଦେଇଥିବାରୁ ସମାଜର ଭଦ୍ରବ୍ୟକ୍ତି ଖୁସି ବ୍ୟକ୍ତି କରିଛନ୍ତି l ଏଥିରେ ସଭାପତି ବିରଞ୍ଚି ଖମାରୀ,ଯଶୋବନ୍ତ ପାଣିଗ୍ରାହୀ,ହୁକିମ ଚନ୍ଦ୍ର ନାଏକ,ନିର୍ମଳ ଚନ୍ଦ୍ର ନାଏକ,ହେରମ୍ବ ସେନାପତି,ପଙ୍କଜ ଠାକୁର,ମହାଦେବ ନାଗ, କାର୍ତିକ ନାଗ ପ୍ରମୁଖ ସମାଜସେବୀ ଉପସ୍ଥିତ ଥିଲେ l କାମେଶ ନାଗ ଙ୍କ ରିପୋର୍ଟ