ଉତ୍କେଲା,୨୮/୦୧/ନିପ୍ର,କେସିଙ୍ଗା ବ୍ଲକ କଶୃପଡ଼ା ସେକ୍ସନ ଅନ୍ତର୍ଗତ କଟାପଡ଼ା ବନ ସୁରକ୍ଷା ସମିତିରେ କେସିଙ୍ଗା ବନାଞ୍ଚଳ ଦ୍ବାରା ଆମ ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ସମିତିର ଦୁଗ୍ଧ ଚାଷୀ ମାନଙ୍କୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗ କେସିଙ୍ଗା ବନାଞ୍ଚଳ ଓ ପ୍ରାଣୀ ସମ୍ପଦ ବିଭାଗ, କେସିଙ୍ଗା ଙ୍କ ମିଳିତ ଉଦ୍ୟମରେ ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ସମ୍ବନ୍ଧୀୟ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ ୨୦ ଜଣ ଦୁଗ୍ଧ ଚାଷୀ ଯୋଗ ଦେଇଥିଲେ । ତାଲିମ ଦାତା ଭାବରେ ସ୍ଥାନୀୟ ପଶୁ ସମ୍ପଦ ବିଭାଗ ଅଧିକାରୀ ଡ.ଶାଶ୍ବତ ମହାରଥୀ ତାଲିମ ପ୍ରଦାନ କରିଥିବା ବେଳେ କେସିଙ୍ଗା ବନଞ୍ଚଳ ଅନ୍ତର୍ଗତ ଆମ ଜଙ୍ଗଲ ଯୋଜନା ର ଦଳପତି ଶ୍ରୀଯୁକ୍ତ ହେମନ୍ତ କୁମାର ସାହୁ ପରିଚାଳନା କରିଥିଲେ ଏବଂ ତାଙ୍କୁ ବିକାଶ ଅଧିକାରୀ ଶ୍ରୀଯୁକ୍ତ ଧିରୋଜ କୁମାର ଦାଶ ଓ ଶ୍ରୀଯୁକ୍ତ ଇନ୍ଦ୍ରମଣୀ ମଝୀ ସହାୟତା କରିଥିଲେ । ଶ୍ରୀଯୁକ୍ତ ଧିରୋଜ କୁମାର ଦାଶ ଜଙ୍ଗଲର ଆବଶ୍ୟକତା ଓ ଉପଯୋଗୀତା ସମ୍ବନ୍ଧରେ ଅବଗତ କରିଥିଲେ ଏବଂ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ପରିବେଶ ପ୍ରଦୂଷଣ ହେବା ସହ ବନ୍ୟ ଜନ୍ତୁ ମରିଯିବା ସହ ମୃତ୍ତିକା କ୍ଷୟର ଭୟାବହତା ସମ୍ବନ୍ଧରେ ଅବଗତ କରାଇ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରିଥିଲେ । ଶେଷରେ ଦଳପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅର୍ଜ୍ଜୁନ ପୋ ଢ ଙ୍କ ରିପୋର୍ଟ
previous post