Uncategorizedସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା ଗୀତା ଜୟନ୍ତୀ by Sunil Chandra NayakDecember 5, 2022071 Share0 ଗୀତା ଜୟନ୍ତୀ ସୁରେଶ ଚନ୍ଦ୍ର ପାଢୀ ଧର୍ମ କ୍ଷେତ୍ର କୁରୁ କ୍ଷେତ୍ର ରେ ଶୁଣାଇଥିଲ ଗୀତାକୁ ତୁମେ ଜ୍ଞାନ ଦେଇ ହରି ନେଇ ଥିଲ ଅର୍ଜୁନ ର ବିଷାଦକୁ କର୍ମ ଜ୍ଞାନ ଭକ୍ତି ର କଥା କୁ ତୁମେ ହିଁ ତ ବୁଝାଇ ଥିଲ ତୁମ ବିଶ୍ୱ ରୂପ ଦର୍ଶନ ଦେଇ କୃପା କରି ଥିଲ ଏ କଳି ଯୁଗ ରେ ତୁମ ଗୀତା ଜ୍ଞାନ ଆମକୁ ଶିଖାଇ ଦିଅ ବିଷୟା ବିଷ ରୁ ପ୍ରଭୁ ଆମକୁ ମୁକ୍ତି ତୁମେ ଦିଅ କର୍ମ କରିବା ପାଇଁ ଧର୍ମ ପଥ ଆମକୁ ଦେଖାଅ ଭକ୍ତି କରିବାକୁ ଆମକୁ ଶକ୍ତି ତୁମେ ହିଁ ଦିଅ ତୁମ ଗୀତା ଆମ ମନ କୁ ପବିତ୍ର କରିବ ଗୀତା ଗାଇ ମଣିଷ ଭବ ବନ୍ଧନରୁ ତରି ଯିବ ତୁମ ଗୀତା ଜ୍ଞାନ ଆମକୁ ସଦା ସର୍ବଦା ମିଳୁ ଥାଉ ସଦ ଗୁରୁ ଙ୍କ କୃପା ରୁ ଆମ ଜୀବନ ଦିବ୍ୟ ହୋଇ ଯାଉ ତୁମେ ଆମକୁ ସହିବାକୁ ଶକ୍ତି ଦିଅ ଦୁଃଖ ଆଉ କଷ୍ଟ କୁ ସମତା ଆମକୁ ଶିଖାଅ ନିନ୍ଦା ଆଉ ପ୍ରଶଂସା କୁ ସହିବାକୁ ଆମ ଜନ୍ମ କୁ ପ୍ରଭୁ ସଫଳ କରି ଦିଅ ଆମ ହୃଦୟ ରଥ ରେ ବସି ଇନ୍ଦିୟ ଅଶ୍ଵକୁ ପଥ ଦେଖାଅ କୃଷ୍ଣ ଅର୍ଜୁନ ଯେଉଁଠି ତୁମେ ରହି ଥିବ ସଦା ସର୍ବଦା ବିଜୟର ଧ୍ଵଜା ଉଡି ଧର୍ମ ଜୟ ହୋଇବ ବୁଗୁଡ଼ା , ଗଞ୍ଜାମ