ନୂଆପଡା : ଦିର୍ଘ ୫ ବର୍ଷ ହେଲା କୌଣସି ଆଖ୍ ଦୃଶିଆ କାର୍ଯ୍ୟ ପଂଚାୟତ ରେ ହୋଇ ନଥିବା ବେଳେ ନିର୍ବାଚନ ମାତ୍ର ଆଉ ୧୫ ଦିନ ବାକି ରହିଲା । ୧୫ ଦିନ ନିର୍ବାଚନ ଅବ୍ୟବହିତ ପୁର୍ବରୁ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ସାନମହେଶ୍ବର ଗ୍ରାମ ପଂଚାୟତରେ ସାନମହେଶ୍ବର ଶବରପଡା ଠାରୁ ପଂଚାୟତ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ, ପଂଚାୟତ ଗୃହ ନିର୍ମାଣ ,ମିଶନ ଶକ୍ତ ଗୃହ ନିର୍ମାଣ, ବଡମହେଶ୍ୱର ଠାରେ ରାସ୍ତା କଂକ୍ରିଟ କାମ, ବଡମହେଶ୍ବର ଠାରେ କଂକ୍ରିଟ କାମ, ବଡମହେଶ୍ବର ପାଚେରୀ ନିର୍ମାଣ, ଝୋଳପଥର ସ୍କୁଲ ପାଚେରୀ ଓ ଅଙ୍ଗନୱାର୍ଡି ଗୃହ ନିର୍ମାଣ ଭଳି କିଛି କାମ ଆରମ୍ଭ କରାଯାଇଛି । ବର୍ତମାନ ନିର୍ବାଚନ ଆରମ୍ଭ ପକ୍ରିୟା ଆରମ୍ଭ ହୋଇଯାଇଥିବା ବେଲେଏଭଳିତରବରିଆକାମକରାଯାଉଥିବାରୁ ପଂଚାୟତ ବାସୀ ପ୍ରଶ୍ନ ଉଠାଇଛନ୍ତି । ନିର୍ବାଚନ ଆଚରଣ ବିଧୂର ଏହା ଖୋଲାଖୋଲି ଭଲଙ୍ଘନ ବୋଲି କହିବା ସହିତ ଏହି କାର୍ଯ୍ୟ ଅତିଶିଘ୍ର ବନ୍ଦ କରିବା ଉପରେ ନିର୍ବାଚନ ଅଧିକାରୀ ନୂଆପଡା, ଆରକ୍ଷୀ ଅଧିକ୍ଷକ ନୂଆପଡା, ଗୋଷ୍ଠି ଉନ୍ନୟନ ଅଧିକାରୀ ଖଡ଼ିଆଳ କୁ ଲିଖିତ ଅବଗତ କରାଯାଇଥିବା ପଂଚାୟତର ବରିଷ୍ଠ ଶିକ୍ଷାବିତ ତଥା ଅବସର ପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ନିରାକାର ହରିଜନ, ଲୋକେଶ ହେର୍ନା, ଜଗତରାମ ଶବର, ପୁର୍ଣ୍ଣଚନ୍ଦ୍ର ଶବର, ପଦ୍ମ ଶବର, ପବିତ୍ର ଶବର, ମନୋହର ଗଉଡ଼ ପରି ଶତାଧିକ ପଂଚାୟତବାସୀ ଲିଖିତ ଅଭିଯୋଗ କରିଛନ୍ତି । ଏବିଷୟରେ ଖଡିଆଳ ବିଡିଓ ନାରାୟଣ ସାହୁଙ୍କୁ ଯୋଗାଯୋଗ କରାଯିବାରୁ ମିଶନ ଶକ୍ତି ଗୃହ ଓ ପଂଚାୟତ ଅଭ୍ୟର୍ଥନା କକ୍ଷ ନିର୍ବାଚନ ବିଜ୍ଞପ୍ତି ଘୋଷଣା ହେବା ଆଗରୁ ଆରମ୍ଭ କରାଯାଇଛି । ଏହି ୨ ଗୋଟି କାର୍ଯ୍ୟ କରାଯିବ । ହେଲେ ବାକି ଯାହାସବୁ ସରପଂଚ ଆରମ୍ଭ କରିଛନ୍ତି ତାହା କୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ କରାଯାଇଥିବା ସେ ପ୍ରକାଶ କରିଛନ୍ତି | ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post