କଲମପୂର : – ଆଗକୁ ନିର୍ବାଚନ ରେ ବେଆଇନ ମଦ କାରବାର କୁ ନିୟନ୍ତ୍ରଣ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଘନଘନ ଚଦଉ ଜାରି ରହିଛି।ବିଶ୍ୱସ୍ତସୂତ୍ରରୁ ଖବର ଲଗାଇ ବେଆଇନ ମଦ ପ୍ରସ୍ତୁତ, ବିକ୍ରି ଓ ମହଜୁଦ କୁ ତୀକ୍ଷ୍ନ ନଜର ରଖିଛି।ଆଜି ଜୟପଟଣା ବ୍ଳକ ରୁ ବେଆଇନ ବିଦେଶୀ ମଦ ଗଛିତ କରିଥିବା ନେଇ ଜଣକୁ ଗିରଫ କରିଥିବା ବେଳେ ତା ଠାରୁ ୧୭ ଲିଟର ବିଦେଶୀ ମଦ ଜବତ କରିଛି। ଆଜି ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ଭବାନିପାଟଣା, କେଗାଁ ଗୋଲାମୁଣ୍ଡା,ନର୍ଲା, ମଦନପୁର ରାମପୁର, ଜୁନାଗଡ଼, ଜୟପଟଣା ଓ ଥୁଆମୁଲ ରାମପୁର ପୋଲିସ ଷ୍ଟେସନ ଅଞ୍ଚଳ ଆଦି ୧୧ ସ୍ଥାନ ରେ ଚଢ଼ାଉ କରି ମଦ ଜବତ କରାଯାଇଥିଲା। ସେଥିମଧ୍ୟରୁ ମାତ୍ରାଧିକ ବେଆଇନ ମଦ ମହଜୁଦ ନେଇ ୯ଜଣକୁ ଗିରଫ କରାଯାଇଛି।ତାଂକ ଠାରୁ ୧୦୫ ଲିଟର ଦେଶୀମହୁଲି ମଦ,୨୫.୬୦୦ଲିଟର ବିଦେଶୀ ମଦ ଓ ୧୩ ଶହ ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିବା ବିଭାଗୀୟ ଅଧିକାରୀ ଙ୍କ ପକ୍ଷରୁ ସୂଚନା ମିଳିଛି।ନିର୍ବାଚନ ରେ ବହୁଳ ମଦ କାରବାର ହେବାର ସମ୍ଭାବନା ଥିଲେ ଏହାକୁ ଅବକାରୀ ବିଭାଗ କେତେ ରୋକି ପାରୁଛି ତାହା ଆଗାମୀ ଦିନରେ ଜଣାପଡିବ।