ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥରେ କିମ୍ବା ଦୁଇଥର ନୁହେଁ,ଚଳିତ ନିର୍ବାଚନ ମଧ୍ଯ ଭୋଟ ବର୍ଜନ କରୁଥିବା ଗାଁ ବାର୍ଷିକଣା

ଥୁଆମୂଳ ରାମପୁର:ମ.ନି.ସ:- ଦେଶ ସ୍ବାଧୀନତା ର ୭ ଦଶନ୍ଧି ଅତିକ୍ରମ କରିଥିଲେ ମଧ୍ୟ ଆଜିବି ଅନେକ ଗାଁ ଅବହେଳିତ ଭାବରେ ରହିଅଛି, ସେମାନଙ୍କ ପାଖକୁ ସରକାରୀ ଯୋଜନା ଅପହଞ୍ଚ ରହିଯାଇଛି। ଲୋକେ ମୌଳିକ ସୁବିଧାରୁ ବାଦପଡିଥିବା ଜଣାପଡିଛି। ଗାଁକୁ ଯୋଗାଯୋଗ କରିବାକୁ ହେଲେ ଅନ୍ଯାନ୍ଯ ରାସ୍ତାକୁ ନିର୍ଭର କରିବାକୁ ପଡୁଛି। ଲୋକେ ନିଜ ଗ୍ରାମ ପଞ୍ଚାୟତ କୁ ଯିବାକୁ ହେଲେ ପାହାଡ ପର୍ବତ ପାଦଚଲା ରାସ୍ତା ପାରି ହେବାକୁ ପଡୁଛି। ଗର୍ଭବତୀ ମହିଳାମାନଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ ଗାଡି ପାଇଁ ବାଧକ ସାଜିଛି, ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୁର୍ଗମ ଅଞ୍ଚଳରେ ବାସକରୁଥିବା ଆଦିବାସୀ ମାନଙ୍କ ଜୀବନ ସେହି ପାହାଡ ପର୍ବତ ଭିତରେ ହିଁ ରହିଯାଇଛି। ଛୁଆପିଲାଙ୍କୁ ପାଠ ପାଠପଢାରେ କଷ୍ଟକର ହୋଇପଡୁଛି। ସ୍କୁଲ ଅଛି ଦିନେ ଛଡା ଦିନେ ଖୋଲାଯାଉଛି। ଜଙ୍ଗଲ ଯାତ ଦ୍ରବ୍ଯକୁ ଆପଣେଇ ଜୀବନ ନିର୍ବାହ କରିବାକୁ ପଡୁଛି। ଏହି ଭଳି ଅନେକ ସମସ୍ୟା ଦେଇ ଗତିକରୁଥିବା ଏହି ଭଳି ଗାଁ ଏବେବି ରହିଥିବା ବିଷୟ ଲୋକେ ବିଶ୍ବାସ କରିପାରିବେ ନାହିଁ। କିନ୍ତୁ ଏହି ଭଳି ଗାଁ ରହିଅଛି ତାହା ହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ବାର୍ଷିକଣା, ସେହି ଗାଁର ଅବସ୍ଥାରେ ଉନ୍ନତି ଏଯାବତ୍ ହୋଇପାରିଲା ନାହିଁ। ଅନେକ ଥର ନିର୍ବାଚିତ ହୋଇଛି।ଅନେକ ନେତା ଆସିଛନ୍ତି, ହେଲେ ଏହି ଗାଁର ବିକାଶର ନାଁଗନ୍ଧ ଧରୁନାହିଁ। ତେବେ ଆଉ କେତୋଟି ନିର୍ବାଚନ ଯିବ କେତୋଟି ନେତା ଆସିବେ କେବେ ସେମାଙ୍କୁ ମିଳିବ ମୌଳିକ ସୁବିଧା,ଏହି ଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଗାଁ ଲୋକେ ଏବେ ଆଉ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବେ ନାହିଁ, ସେନେଇ ବାର୍ଷିକଣା ଅଞ୍ଚଳର ଲୋକେ ଭୋଟ ବର୍ଜ୍ଜନ କରିବା ପାଇଁ ମନସ୍ଥ କରିଥିବା ଜଣାପଡ଼ିଛି। ସେମାନେ କହିବାନୁସାରେ ତାଙ୍କ ଗାଁକୁ କେବଳ ଭୋଟ ସମୟରେ ପାର୍ଥୀ ମାନଙ୍କ ପାଦ ପଡିଥାଏ, ଭୋଟ ଶେଷ ହୋଇ ଗଲାପରେ କେହି ଆଉ ଦେଖା ଦିଅନ୍ତି ନାହିଁ, ତେବେ ସରକାରଙ୍କ ମାଳମାଳ ଯୋଜନା ତିଆରି ହେଉଛି ଏମାନଙ୍କ ପାଇଁ ତାହା ପ୍ରହସନ ପାଲଟିଛି। ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧିନରେ ଥାଇ ମଧ୍ୟ ସେମାନଙ୍କୁ ଗମନାଗମନ ସୁବିଧା ଏଯାବତ୍ ହୋଇ ନାହିଁ। ସେହି ଜଙ୍ଗଲରେ ଥିବା ପାଦଚଲା ରାସ୍ତା ହିଁ ଭରସା ହେଲା, ଭଲ ରାସ୍ତା ଖଣ୍ଡେ ପାଇବା ସୁଯୋଗ ମିଳିପାରିଲା ନାହିଁ, କାହାକୁ କହିବେ ସେମାନଙ୍କ ଦୁଃଖ, କିଏ ବୁଝିବ, ସେନେଇ ଲୋକେ କ୍ଷୋଭ ପ୍ରକାଶ କରୁଛନ୍ତି। ଥୁଆମୂଳ ରାମପୁର ବ୍ଳକ ମୂଖ୍ଯାଳୟ କୁ ଯିବାପାଇଁ କେତେ କଷ୍ଟସାଧ୍ୟ ହେଉଛି ସେକଥା ସେମାନେହିଁ ବୁଝିପାରିବେ।ଗାଡିମଟର ଯୋଗେ ଯଦି ଥୁଆମୂଳ ରାମପୁର ଯାଇଥାନ୍ତି, ତେବେ କଲମପୁର ଓ ଜୁନାଗଡ ବ୍ଳକ ଅତିକ୍ରମ କରିଯିବାକୁ ପଡିଥିଲା। ଏହି ଭଳି ସେମାନେ ରହୁଛନ୍ତି, ମନର କଷ୍ଟ କୁ ଆଉ କେତେ ଦିନ ସହିବେ ପାରିବେ ଚଳିତ ବର୍ଷ ନିର୍ବାଚନରେ କୌଣସି ପ୍ରାର୍ଥୀ ଙ୍କୁ ଭୋଟଦେବା ପାଇଁ ରାଜିନୁହଁନ୍ତି,ତେଣୁ ଭୋଟ ବର୍ଜନ କରୁଥିବା ବିଷୟ ଜଣାପଡିଛି। ପାହାଡ ପର୍ବତ ଘଞ୍ଚ ଜଙ୍ଗଲ ଭିତରେ ଏହି ବାର୍ଷିକଣା, ଗମ୍ଭାରୀ ଗୁଡା,ବିରାଗୁଡା ଗ୍ରାମଗୁଡିକ ରହିଅଛି। ଏହି ଗ୍ରାମମାନଙ୍କରେ ବସବାସ କରୁଥିବା ଆଦିବାସୀ ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପାଇଁ ମୌଳିକ ସୁବିଧା ଅପହଞ୍ଚ ରହିଯାଇଛି। ଏହି ସମସ୍ୟା ଉପରେ ସମାନ ହୋଇପାରିଲା ନାହିଁ ତେଣୁ ସର୍ବସାଧାରଣ ଚଳିତ ନିର୍ବାଚନ ରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ସ୍ଥାନୀୟ ରାଜନୈତିକ ଦଳ ଓ ବିଭାଗୀୟ ଅଧିକାରୀ ମାନଙ୍କର ଏମାନଙ୍କ ପାଇଁ ଉଦାସୀନତା ଥିବା ଏଠାରେ ପ୍ରମାଣିତ କରୁଅଛି। ଏମାନେ ଶିକ୍ଷା,ସ୍ବାସ୍ଥ୍ୟ, ପାନୀୟ ଜଳ,ଗମନାଗମନ ସମେତ୍ ଅନେକ ସମସ୍ୟା ଦେଇଗତି କରୁଛନ୍ତି। ସମସ୍ୟା ଅନେକ ଏହାର ସମାଧାନ ହୋଇପାରୁ ନାହିଁ। ତେବେ ଆଉ କେତେ ଦିନ ଗଲାପରେ ଏମାନେ ନିଜର ମୌଳିକ ସୁବିଧା ସୁଯୋଗ ପାଇପାରିବେ ତାହା ଏବେ ଦେଖିବାକୁ ବାକି ରହିଲା ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାୟଗଡ ଜିଲ୍ଲା ସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ନୀଳ ନିଶୀଥର ସ୍ଵପ୍ନ

Sunil Chandra Nayak

କାଉଡି ଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort