ଫୁଲବାଣୀ – ଖୋର୍ଦ୍ଧା ଜିଲ୍ଲା ବନଖଣ୍ଡ ଉପ ବନାଞ୍ଚଳ ଅଧିକାରୀ ସ୍ୱର୍ଗତଃ ହିମାଂଶୁ ରଞ୍ଜନ ମହାନ୍ତି ଭୁବନେଶ୍ୱର ଅମ୍ରି ହସ୍ପିଟାଲରେ ଚିକିତ୍ସଚି ହେଉଥିବା ବେଳେ ହୃଦଘାତ ରେ ତା ୨୫/୧/୨୦୨୨ ସକାଳ ୧୦ ଘଟିକା ସମୟରେ ତାଙ୍କର ଅକାଳ ମୃତ୍ୟୁ ହୋଇଥିଲା। ସ୍ୱର୍ଗତଃ ମହାନ୍ତି ଖୋର୍ଦ୍ଧା ଜିଲ୍ଲାର ତରତୁଆ ଗ୍ରାମରେ ତା ୧୯/୪/୧୯୬୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ବୟସ ୫୮ ବର୍ଷ ହୋଇଥିଲା। ସେ ଜଣେ ମିଷ୍ଟଭାସି ,ପରୋପକାରୀ , ନିଷ୍କପଟ ସରଳ ହୃଦୟ ବ୍ୟକ୍ତି ଥିଲେ। ସେ ସଂଗ୍ରାମୀ ,ଦକ୍ଷ ଓ ନିର୍ଭୀକ କର୍ମଚାରୀ ନେତା ଥିଲେ ଏବଂସେ ଗ୍ରାମ ବନ ସେବକ ସଙ୍ଘର ସାଧାରଣ ସମ୍ପାଦକ , ଓଡ଼ିଆ ଅଣ ଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ର ସଙ୍ଗଠନ ସମ୍ପାଦକ ଥିଲେ। । ସ୍ୱର୍ଗତଃ ହିମାଂଶୁ ମହାନ୍ତି ମୃତ୍ୟୁ ବେଳକୁ ଅଧନସ୍ତ ବନ କର୍ମଚାରୀ ସେବା ସଙ୍ଘ ର ମୁଖ୍ୟ ପରାମର୍ଶ ଦାତା ଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ତାଙ୍କର ମୃତ୍ୟୁ ସମୟରେ ବନସେବା କର୍ମଚାରୀ ସମୁହ ତାଙ୍କର ଶେଷ ଦର୍ଶନ କରିଥିଲେ। ଓଡ଼ିଶା ଅଧନସ୍ତ ବନ କର୍ମଚାରୀ ସେବା ସଙ୍ଘର ସମସ୍ତ ସଦସ୍ୟ ସଦସ୍ୟା ମାନେ ତାଙ୍କ ପରିବାର ବର୍ଗଙ୍କୁ ପ୍ରଭୁ ଜଗନ୍ନାଥ ଅଶେଷ ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିବା ବେଳେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ। ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ ।