ନୂଆପଡା: ନୂଆପଡା ଜିଲ୍ଲା ସ୍ଥିତ କୋମନା ବ୍ଲକ ଅନ୍ତର୍ଗତ ଝଗରାଇ ଗ୍ରାମ ପଞ୍ଚାୟତ ରେ ଏକ ୧୭ ବର୍ଷ ର ଝିଅ ର ବାଲ୍ୟ ବିବାହ କୁ ଅଟକାଇଲା ଚାଇଲ୍ଡ ଲାଇନ ଓ ଜିଲ୍ଲା ପ୍ରଶାସନ । ଝଗରାଇ ଗ୍ରାମ ପଞ୍ଚାୟତ ଆସନ୍ତା ଫେବୃଆରୀ ମାସରେ ରେ ବିବାହ ହେବାକୁ ଯାଉଥିଲା, କିନ୍ତୁ ଝିଅ ର ବୟସ ହୋଇନଥିବା ଯୋଗୁ ଚାଇଲ୍ଡଲାଇନ ର ସଚେତନତା କାର୍ଯ୍ୟ କର୍ମ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ଝିଅ ର ବୟସ ୧୮ ବର୍ଷ ରୁ କମ । କୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ଚାଇଲ୍ଡଲାଇନ ର ମିଳିତ ଆନୁକୁଲ୍ୟ ରେ ବିବାହ ହେବାକୁ ଥିବା ଝିଅ ଘରକୁ ଯାଇ ନୂଆପଡା ଚାଇଲ୍ଡ ଲାଇନ ର କେନ୍ଦ୍ର ସଂଯୋଜକ ମୁକେଶ କୁମାର ଯୋଶୀ, counselor ହୋସନା ଅକ୍ତରୀ ସଦସ୍ୟ ଦିନେସ ସାହୁ ଏବଂକୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ମଣ୍ଡଳ ପରିଦର୍ଶିକା ବିନୋଦିନୀ ଦାସ ଙ୍କ ଉପସ୍ଥିତ ଭଦ୍ର ବ୍ୟକ୍ତି, ଅଙ୍ଗନବାଡି କର୍ମୀ ଙ୍କ ଉପସ୍ଥିତି ରେ ବିବାହ ହେବାକୁ ଥିବା କନ୍ୟା ପକ୍ଷ ର ଘର ପ୍ରାଙ୍ଗଣରେ ବସି ଭଦ୍ରବ୍ୟାକ୍ତି ଙ୍କ ଉପସ୍ଥିତ ରେ ପରିବାର ଙ୍କୁ ବାଲ୍ୟ ବିବାହ ଆଇନ, ବାଲ୍ୟ ବିବାହ ର ଭୟା ଭୟ ପରିଣିତି, ବାଲ୍ୟ ବିବାହ ର କୁ ପରିଣାମ ଉପରେ ଆଲୋଚନା କରି ଉକ୍ତ ପରିବାର ଙ୍କୁ ସଚେତନ କରଯାଇଥିଲା । ସଚେତନ କଲାପରେ ବାଲ୍ୟ ବିବାହ କୁ ଅଟକା ଯାଇଥିଲା । ତତପରେ ଚୁକ୍ତିନାମା ରେ ସ୍ବାକ୍ଷର କରାଇବା ସହ ବାହାଘର କୁ ଅଟକାଇଲେ ଉକ୍ତ ନା ବାଳିକା ଙ୍କ ର କୌଣସି ଯନ୍ତ୍ର ସୁରକ୍ଷା ରେ ଅବହେଳା ନ କରନ୍ତି ସେଥ୍ପାଇଁ ମଧ୍ୟ ପରିବାର ଲୋକ ଙ୍କୁ ସଚେତନ କରାଯାଇଥିଲା । ଯେଉଁ ପର୍ଯ୍ୟନ୍ତ ଉକ୍ତ ନାବାଳିକାକୁ ୧୮ ବର୍ଷ ନ ହୋଇଛି ସେ ପର୍ଯ୍ୟନ୍ତ ଉକ୍ତ ନା ବାଳିକାର ବିବାହ ନକରିବାକୁ କନ୍ୟା ପକ୍ଷ ଲିଖୁତ ଆକାର ରେ ଦେଇଛନ୍ତି । ଉକ୍ତ ନିଷ୍ପତି ଅବମାନନା କଲେ ଆଇନ ଅନୁଯାଇ ଦଣ୍ଡ ବିଧାନ ପାଇ ମଧ୍ଯ ରାଜି ହୋଇଛନ୍ତି। ଉକ୍ତ ନା ବାଳିକା ଙ୍କୁ ଶିଶୁ ମଙ୍ଗଳ ସମିତି ର ସଦସ୍ୟ କୁମୁଦ କୁମାର ହୋତା ଙ୍କ ନିକଟରେ ଅକ୍ଲାଇଇନ ହଜାର କରଯାଇଥିଲା ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
ଉକ୍ତ ବାଲ୍ୟ ବିବାହ ବନ୍ଦ କରିବାରେ ମୁଖ୍ୟ ଭୂମିକା ନୂଆପଡା ଚାଇଲ୍ଡ ଲାଇନ ର କେନ୍ଦ୍ର ସଂଯୋଜକ ମୁକେଶ କୁମାର ଯୋଶୀ, counselor ହୋସନା ଅକ୍ତରୀ, ସଦସ୍ୟ ଦିନେଶ ସାହୁ ଏବଂକୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ମଣ୍ଡଳ ପରିଦର୍ଶିକା ବିନୋଦିନୀ ଦାସ, ଅଙ୍ଗବାଡି କର୍ମୀ ଗ୍ରହଣ କରିଥିଲେ ।ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ