ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଚ୍ଚ ଶିକ୍ଷିତ ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ନିୟମ ଉପରେ ଦିନିକିଆ କର୍ମଶାଳା

ରାଉରକେଲା/ ଉଚ୍ଚ ଶିକ୍ଷିତ କୁଷ୍ଠରୋଗ ରୁ ଆରୋଗ୍ଯ ଲାଭ କରିଥିବା ଯୁବକ ଯୁବତୀଙ୍କ ପାଇଁ ଦକ୍ଷତା,କୌଶଳ ତଥା ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ସଂପର୍କୀତ ଦିନିକିଆ କର୍ମଶାଳା ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧା ର ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଭାପତି ତଥା ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟଅତିଥି, ଏଆଇଟି ର ପ୍ରଫେସର ଡଃ ରାମକୃଷ୍ଣ ବିଶ୍ବାଳ ଓ ଆପେଲ ଓଡିଶା ଶାଖାର ସଭାପତି ଉମେଶ କୁମାର ନାୟକ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଥିଲେ। ସ୍ବାଭିମାନ ଭୁବନେଶ୍ବର, ଓଡିଶା ରାଜ୍ୟ ଭିନ୍ନକ୍ଷମ ଶାଖା,ଆସୋସିଏସନ୍ ଅଫ ପିପୁଲ ଆପ୍ଲିକେସନ୍ ବାୟ ଲେପର୍ସି, ଓଡିଶା ରାଜ୍ୟ ଲେପର୍ସି ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାକୁ ମୁଖ୍ୟଅତିଥି ଶ୍ରୀ ଚାଟାର୍ଜୀ ଉଦଘାଟନ କରିବା ସହ କର୍ମଶାଳା ସଂପର୍କରେ ନିଜ ବକ୍ତବ୍ଯ ରେ କହିଥିଲେ ଯେ ଦିବ୍ୟାଙ୍ଗଙ୍କ ଅଧିକାର ଓ ଅଧିନିୟମ ୨୦୧୬ ଅନୁଯାୟୀ ୪୦ ପ୍ରତିଶତରୁ ଅଧିକ ହୋଇଥିବା ଦିବ୍ୟାଙ୍ଗ ସରକାରୀ ଓ ବେସରକାରୀ ସ୍ତରରେ ମିଳିବାକୁ ଥିବା ସମସ୍ତ ସୁବିଧା ସମସ୍ତଙ୍କୁ ମିଳିପାରିନାହିଁ। ମୁଖ୍ୟତଃ କୁଷ୍ଠରୋଗ ରୁ ଆରୋଗ୍ଯ ଲାଭ କରିଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ଏସବୁ ରୁ ବଂଚିତ ହେଉଛନ୍ତି। ତେଣୁ ଉକ୍ତ ଅଧିକାର ସଂପର୍କରେ ସଚେତନ ହେଲେ ତଥା ଦକ୍ଷତା ପ୍ରତିପାଦନ କରିପାରିଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରିବେ। ମୁଖ୍ୟବକ୍ତା ଡଃ ବିଶ୍ବାଳ ୨୦୧୬ ଅଧିନିୟମ ଅନୁଯାୟୀ ବିଭିନ୍ନ ପ୍ରକାର ସରକାରୀ ସୁବିଧା ଓ ସହାୟତା ଉପରେ ବିସ୍ତୃତ ବିବରଣୀ ରଖିଥିଲେ। ଅନ୍ୟତମ ବକ୍ତା ଶ୍ରୀ ନାୟକ, ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ଯ ରଖିଥିଲେ। ସେହିପରି ଅନେକ ଦାବି ପୂରଣ ହୋଇନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିବା ସହ ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ସହାୟତା ରାଶି ଅନ୍ୟ ରାଜ୍ୟ ଭଳି ବୃଦ୍ଧି କରିବା ପାଇଁ ଦାବି କରିଥିଲେ। ଆବାହକ ତଥା ଶ୍ରଦ୍ଧା ର ସଂପାଦକ ଶ୍ରୀ ପାଣ୍ଡବ ଅତିଥିଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ର ବିଭିନ୍ନ ଦିଗ ଉପରେ ଆଲୋଚନା କରି କହିଲେ ଯେ ମାନବ ଅଧିକାର ହିଁ ଦିବ୍ୟାଙ୍ଗଙ୍କ ଅଧିକାର।ସେମାନଙ୍କ ଉନ୍ନତି ବିନା ସମାଜ ଆଗକୁ ବଢିପାରିବ ନାହିଁ କହିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାର ସହାୟତା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସ୍ବାଭିମାନ ର ପ୍ରତିଷ୍ଠାତା ଡଃ ସୃତି ମହାପାତ୍ର ଆଭାସୀ ମାଧ୍ୟମରେ ଉପାଦେୟ ତଥ୍ୟ ସହ ଅଂଶଗ୍ରହଣକାରୀଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ସାହାଯ୍ୟ ସହଯୋଗ ଓ ଅଧିକାର ସଂପର୍କରେ ଆଲୋଚନା କରିଥିଲେ। ଏହି କର୍ମଶାଳା ରେ ରାଜ୍ୟର ୩୦ଟି ଜିଲ୍ଲାରୁ ୪୦ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଅଂଶଗ୍ରହଣ କରି ଅଧିକାର ଓ ଅଧିନିୟମ ୨୦୧୬ ସଂପର୍କରେ ଅବଗତ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ବାଭିମାନ ର ସତ୍ୟଜିତ ବେହେରା, ଶ୍ରଦ୍ଧା ର ସର୍ବଶ୍ରୀ ସୁକୁମାର ପାଣ୍ଡବ,ସଂଜୟ ରଣା, ସ୍ବୟଂପ୍ରଭା ପାଣ୍ଡବ,ଅଞ୍ଜଳୀ ମହାରଣା, ସୁଜାତା ରାଉତ ଏହି କର୍ମଶାଳା ପରିଚାଳନା ରେ ସହଯୋଗ କରିଥିଲେ।  କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

କୁରୁଗୁଡା ଠାରେ ଜୋନ୍ ସ୍ତରୀୟ ଵିଜ୍ଞାନ ପ୍ରଦର୍ଶନୀ ଓ ଭଲିବଲ୍ ପ୍ରତିଯୋଗିତା

Sunil Chandra Nayak

 ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଆ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort