କୋକସରା, – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇ ସାରିଛି । ନିର୍ବାଚନ ମଇଦାନକୁ ବାହାରି ଲୋକଙ୍କ ନିକଟରେ ଏବେ ବିଭିନ୍ନ ଦଳୀୟ ପ୍ରାର୍ଥୀ ମାନେ ନିଜର ରଣନୀତି ସହ କଣ ରହିଛି ତାଙ୍କ ଦଳୀୟ ଆଭିମୁଖ୍ୟ ଓ ବିକାଶ ର ଲକ୍ଷ୍ୟ ତାକୁ ନେଇ ଭୋଟର ଙ୍କ ଦୁଆରେ ପ୍ରାର୍ଥୀ ପହଞ୍ଚି ନିଜର ସମର୍ଥକ ଙ୍କ ସହ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି। କଳାହାଣ୍ଡି ଜିଲ୍ଲା ର ଏକ ପ୍ରମୁଖ ବ୍ଲକ ହେଉଛି କୋକସରା ବ୍ଲକ । ବ୍ଲକ ରେ ୩ ଜିଲ୍ଲା ପରିଷଦ ଯୋନ ରହିଛି । କୋକସରା ବ୍ଲକ ର ୨ ନମ୍ବର ଯୋନ କୋକସରା, ଟେମରା, ଲଡୁଗାଁ, ଗମ୍ଭାରୀଗୁଡା, ମାଝୀଗୁଡା ଓ ରେଙ୍ଗାଳପାଲି ପଞ୍ଚାୟତ କୁ ନେଇ ରହିଛି। ଏହି ଯୋନ ରେ ବିଜେପି ଦଳ ରୁ ଜନାର୍ଦ୍ଦନ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। ଶନିବାର ଟେମରା ପଞ୍ଚାୟତ ଅଞ୍ଚଳ ରେ ସେ ନିଜ ନିଜର ପ୍ରଚାର ର ମଙ୍ଗ ସମର୍ଥକ ଙ୍କ ଗହଣ ରେ ଧରିଛନ୍ତି । କେନ୍ଦ୍ର ସରକାର ଙ୍କ ଲୋକାଭିମୁଖୀ ଯୋଜନା ଓ କୋକସରା ଯୋନ ୨ ପାଇଁ ରହିଥିବା ବିକାଶ ର ଲକ୍ଷ୍ୟ ନେଇ ସେ ଜନସାଧାରଣ ଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି। ତାଙ୍କ ସହ ବିଜେପି ନେତା ସୁଧୀର ପାତ୍ର, ଯତୀନ୍ଦ୍ର ମାଝୀ, ମିନିକେତନ ସାହୁ, ଉମେଶ ସୁନାନୀ, ରାଜେଶ ସତନାମି, ମଧୁସୂଦନ ବେଶ୍ରା, ଜୟଲାଲ ନାଏକ, ପ୍ରଶାନ୍ତ ସୁନାନୀ, ଲାଲୁ ନାଏକ ପ୍ରମୂଖ ବିଜେପି ସମର୍ଥକ ଉପସ୍ଥିତ ରହିଥିଲେ।
previous post