ଅକାଳ ରେ ଚାଲିଗଲା ଦୁଇ ଜୀବନ
ସେକ୍ସନ ଅଫିସର ଦେବରାଜ ମାଝୀ ଙ୍କ ପରଲୋକ 
ଧର୍ମଗଡ -:ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ସେକ୍ସନ ଅଫିସର (ବଡ଼ବାବୁ) ଦେବରାଜ ମାଝୀ (୫୨) ଙ୍କ ର ଶୁକ୍ର ବର୍ ରାତି ରେ ପରଲୋକ ହୋଇ ଯାଇଛି । ଶ୍ରୀ ମାଝୀ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ଶୁକ୍ରବାର ଛୁଟି ରେ ରହିଥିଲେ। ରାତିରେ ଛାତି ରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ସେ ଜଣେ କର୍ମଠ ତଥା ମେଳାପି ବ୍ୟକ୍ତି ଭାବରେ ସମସ୍ତ ଙ୍କ ପ୍ରୀୟଭାଜନ ଥିଲେ । ତାଙ୍କର ଅକାଳ ବିୟୋଗ ରେ ଧର୍ମଗଡ ଉପ ଜିଲ୍ଲାପାଳ ସଚିନ ପାୱାର, ସହାୟକ ଜିଲ୍ଲାପାଳ ଚିନ୍ମୟ ନାୟକ ଙ୍କ ସମେତ ଅଫିସ ର ସମସ୍ତ କର୍ମଚାରୀ ଓ ସହକର୍ମୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆଜି କାର୍ଯ୍ୟାଳୟ ପରିସର ରେ ସ୍ୱର୍ଗତ ମାଝୀ ଙ୍କ ଉଦେଶ୍ୟ ରେ ଏକ ଶୋକ ସଭା ର ଆୟୋଜନ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇ ଥିଲା ।
ଏ.ଏନ.ଏମ ଙ୍କ ସ୍ଵାମୀ ଙ୍କ ଅକାଳ ବିୟୋଗ
ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ର ପୁଷ୍ଠି ସାଧନ କେନ୍ଦ୍ର ରେ କାର୍ଯ୍ଯରତ ଏ ଏନ ଏମ କାମେଶ୍ଵରୀ ବେହେରା ଙ୍କ ସ୍ବାମୀ ଶମ୍ଭୁ ପ୍ରସାଦ ସାହୁ (୩୭) ଙ୍କ ଗତ ଶୁକ୍ରବାର ରାତି ରେ ପରଲୋକ ହୋଇ ଯାଇଛି । ସ୍ବର୍ଗତ ସାହୁ ଦୁଇ ଦିନ ତଳେ ନିଜ ଭିଣୋଇ ଙ୍କ ଘରେ ଏକ ବିବାହ ଉତ୍ସବ ରେ ଯୋଗ ଦେଇ ନିଜ ଘର ଉତ୍କେଲା ନିକଟସ୍ଥ ମାଟିଆ ଗ୍ରାମ କୁ ଫେରି ଥିଲେ । ସେଠାରେ ସେ ହଠାତ ଅସୁସ୍ଥ ଅନୁଭବ କରିବା ରୁ ତୁରନ୍ତ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆ ଯାଇଥିଲା । ସେଠାରେ ତାଙ୍କର ଅକ୍ସିଯେନ ଲେଭଲ ଦୃତ ହ୍ରାସ ପାଇବା ରୁ ତାଙ୍କୁ ଅଧିକା ଚିକିତ୍ସା ପାଇଁ ଭୁବନେଶ୍ବର ନିଆ ଯାଉଥିବା ବେଳେ ବାଟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ନିଜ ଗ୍ରାମ ମାଟିଆ ରେ ଏକ ଶୋକାକୁଳ ପରିବେଶ ରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସଂପନ୍ନ ହୋଇଥଲା । ସେ ଜଣେ ମେଲାପୀ ପରୋପକାରୀ ଯୁବକ ଥିଲେ ତାଙ୍କର ଅକାଳ ବିୟୋଗ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ