ଥୁଆମୂଳ ରାମପୁର:ମ.ନି.ସ:-ବାସହିନ ହିତାଧିକାରୀଙ୍କୁ ସରକାରଙ୍କ ରାଜସ୍ବ ବିଭାଗ ଦ୍ବାରା ଘର ତିଆରି କରିବା ପାଇଁ ଘରଡିହ ପଟ୍ଟା ଯୋଗାଇ ଦିଆଯାଇଛି। ହିତାଧିକାରୀ ମାନେ ଘରଡିହ ପଟ୍ଟା ପାଇଛନ୍ତି ସତ କିନ୍ତୁ ଜାଗା କେଉଁଠି ଅଛି ତାହା ସେମାନଙ୍କୁ ଜଣାପଡିନାହିଁ। ଏହି ଭଳି ଅନେକ ସ୍ଥାନରେ ଘରଡିହ ଚିହ୍ନଟ ହୋଇପାରିନାହିଁ। ଯାହାଫଳରେ ହିତାଧିକାରୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ଏହିଭଳି ଅନେକ ସ୍ଥାନରେ ଏହିଭଳି ତୃଟି ରହି ଥିବାବେଳେ କଲମପୁର ବ୍ଳକ ଘୋଡା ବନ୍ଦ ଗ୍ରାମରେ ତାହା ସାମ୍ନାକୁ ଆସିଛି। ଘୋଡାବନ୍ଦ ଗ୍ରାମର ହିତାଧିକାରୀଙ୍କୁ ୨୦୦୬ ମସିହାରେ ରାଜସ୍ୱ ବିଭାଗ ପକ୍ଷରୁ ଘରଡିହ ପଟ୍ଟା ଦିଆଯାଇ ଆଜକୁ ଦୀର୍ଘ ୧୬ ବର୍ଷ ବିତିଯାଇଛି।ହେଲେ ସେମାନେ ତାଙ୍କ ଘରଡିହ ଜାଗା କେଉଁଠି ଅଛି ଦେଖିନାହାଁନ୍ତି,ଏହା କଣ ସରକାରଙ୍କ ମୋ ଘରଡିହ ଯୋଜନା ଏକପ୍ରକାର ପ୍ରହସନ ନୁହେଁ ତୋ, ବୋଲି ବିଭିନ୍ନ ମହଲରେ ଆଲୋଚନା ବିଷୟ ପାଲଟିଛି। ଅନ୍ଯପକ୍ଷରେ ସେମାନେ ଅନାବାଦୀ ଭଳି ଜାଗାରେ ନିଜର ଝାଟିମାଟି କୁଡିଆ କରି ରହିଆସୁଛନ୍ତି।ଏହି ଗ୍ରାମ ପାହାଡ ତଳରେ ରହିଅଛି। ଯାହାଫଳରେ ହିଁସ୍ର ବନ୍ଯଜନ୍ତୁ ଙ୍କ ଭୟରେ ଆତଙ୍କିତ ରହିଥିବା ବେଳେ ହାତୀ ପଲ ମଧ୍ୟ ବେଳେ ବେଳେ ଗ୍ରାମକୁ ଆସୁଛନ୍ତି,ନିଜର ଘଡିଆ କୁ ସେମାନେ ସୁରକ୍ଷିତ ମଣୁନଥିବା ଜଣାପଡିଛି।ଏହା ବ୍ଯତିତ ଏମାନଙ୍କ ମଧ୍ୟରୁ କିଛି ହିତାଧିକାରୀ ସରକାରଙ୍କ ତରଫରୁ ଆବାସ ଯୋଜନାରେ ସାମିଲ ହୋଇଛନ୍ତି,ହେଲେ ଜାଗା ନଥିଲେ ଘର ତିଆରି କରିବେ କେଉଁଠି ସେନେଇ ଚିନ୍ତାରେ ରହିଛନ୍ତି।କଲମପୁର ତହସିଲଦାର ଙ୍କ ପାଖକୁ ସମାଧାନ ପାଇଁ ଗ୍ରାମର ଅରୂପ ହରିଜନ,ଝିରି ମାଝୀ,ସୁଦର ମାଝୀ,ନିଳାମ୍ବର ପଟେଲ,ଲଳିତା ପଟେଲ,ମାନିଆ ମାଝୀ,ପାନି ମାଝୀ,ଟିକେନ୍ ମାଝୀ,ଡୁମେନ ମାଝୀ,ସାଧୁରାମ ପଟେଲ,ବୁଧବାରୁ ମାଝୀ,ସୁନା ମାଝୀ,ଲୁଦୁ ମାଝୀ,ନିର୍ମଳ ମାଝୀ କମଳୁ ହରିଜନ ଯାଇଥିଲେ ଗୁହାରୀ କରିଥିଲେ। ତହସିଲଦାର ଙ୍କ ତାଙ୍କର ଘରଡିହ ଚିହ୍ନଟ କରିଦେବା ପାଇଁ ଜଣାଇଥିଲେ। ଘରଡିହ ଚିହ୍ନଟ ହେଲେ ସେମାନେ ଆବସ ଯୋଜନାରେ ସାମିଲ ହେବା ସହ ବାସଗୃହ ନିର୍ମାଣ କରିପାରିବେ ବୋଲି ପ୍ରକାଶ କରିଛନ୍ତି।ତେବେ ଜରୁରୀକାଳୀନ ଭାବରେ ରାଜସ୍ୱ ବିଭାଗ ହିତାଧିକାରୀଙ୍କ ଘରଡିହ ଚିହ୍ନଟ ପ୍ରକ୍ରିୟା ଯଥାଶିଘ୍ର କରାଯାଉ ବୋଲି ଦାବି ହେଉଅଛି।
ବଳଭଦ୍ର ବାଗଙ୍କ ରିପୋର୍ଟ