ମ,ରାମପୁର,୦୯/୧୨( ମସୀହା):- ପ୍ରତିଭା ବଳ ରେ ଜିଣି ହୁଏ ସବୁରି ହୃଦୟ । ପଙ୍କ ରୁ ପଦ୍ମ ଜାତ ହେଲା ପରି ନିଜ ପ୍ରତିଭା ବଳ ରେ ଗାଁ ରୁ ବାହାରି ଦିଲ୍ଲୀ ଯାଏଁ ନିଜ ର ପ୍ରତିଭା ପ୍ରଦର୍ଶନ କରିହୁଏ। ସେମିତି ଜଣେ ଅନନ୍ୟ କଳାକାର ହେଉଛନ୍ତି ଓମ୍ ପ୍ରକାଶ ମାଝୀ । ଲାଞ୍ଜିଗଡ଼ ବ୍ଲକ୍ କମର୍ଦ୍ଧା ଗ୍ରାମ ରେ ନିଜ ଘର । ଏଇ ନଭେମ୍ବର ୨୭ ତାରିଖ ରେ ସେ ବ୍ଲ୍ୟୁ ଡାଏମଣ୍ଡ ଏଫ୍ ଏମ୍ ମ୍ୟୁଜିକ୍ ଆୱାର୍ଡ଼ ୨୦୨୨ ଭାରତ ର ରାଜଧାନୀ ଦିଲ୍ଲୀ ରେଡ଼ିଓ ଷ୍ଟେସନ୍ ରେ ପାଇଛନ୍ତି। ଓମ୍ ପ୍ରକାଶ ପିତା ଶେଷ ମାଝୀ ଓ ମାଆ ସ୍ବର୍ଗତ ସେବତୀ ମାଝୀ ଙ୍କ କନିଷ୍ଟ ପୁତ୍ର । ସେ ନବମ ଶ୍ରେଣୀରେ ପାଠ ପଢିବା ବେଳେ ମା ଙ୍କ ପରଲୋକ ପରେ ବାପା ଙ୍କୁ ଚାଷ କାମ ଓ ଘର କାମ ରେ ସହଯୋଗ କରିବା କାରଣ ରୁ ପାଠ ପଢା ରେ ଡୋରି ବନ୍ଧା ହେଲା । କିନ୍ତୁ ନିଜ ର ଇଚ୍ଛା ଶକ୍ତି ବଳ ରେ ସେ ତାଙ୍କ ପ୍ରତିଭାକୁ ବିକାଶ ଦିଗରେ ଯତ୍ନ କରୁଥିଲେ । ପିଲାଟି ଦିନ ରୁ ରାତି ରେ ଘର ଠାରୁ ଅଳ୍ପ ଦୂରକୁ ଯାଇ ପଶୁ ପକ୍ଷୀ, ଯାନ ବାହାନ, ଅଭିନେତା ଅଭିନେତ୍ରୀ, ବୁଢ଼ା ବୁଢ଼ୀ ଙ୍କ ସ୍ୱର, ପାଟି ରେ ଘୁମୁରା ବାଦ୍ୟ, ବିଭିନ୍ନ ଯନ୍ତ୍ର ସଙ୍ଗୀତ କୁ ନିଜ ପାଟି ରେ ଅତି ଚମତ୍କାର ଭାବରେ ଫୁଟେଇ ପାରନ୍ତି । ୨୦୧୭ ମସିହାରେ ପ୍ରଥମେ ମୁଣ୍ଡା ଗାଁ ( କମାର୍ଦ୍ଧା ପଞ୍ଚାୟତ) ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା କରିଥିଲେ। ଏଇ ମଞ୍ଚ ରେ ନିଜର ସମସ୍ତ ପ୍ରତିଭା ବଳ ରେ ସେ ଦର୍ଶକ ଙ୍କ ହୃଦୟ ଜିଣି ପାରିଥିଲେ । ତାପରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ବୁଢ଼ୀ ପଦର୍, ଯୁଗ ଯାତ୍ରୀ ସାହିତ୍ୟ ସଂସଦ, ସମ୍ବଲପୁରରେ ହୀରାଖଣ୍ଡ ରେଡ଼ିଓ ଷ୍ଟେସନ, କଳାହାଣ୍ଡି ଆକାଶ ବାଣୀ, ବଲାଙ୍ଗୀର ଆକାଶ ବାଣୀ ରେ ନିଜ ର କାର୍ଯ୍ୟକ୍ରମ କରିଥିଲେ। ଏହା ବାଦ୍ ସୁବର୍ଣ୍ଣପୁର, ବଲାଙ୍ଗୀର, ରାୟଗଡ଼ା ରେ ଓ ଛତିଶଗଡ଼ ର ରାୟପୁର ଭଳି ବିଭିନ୍ନ ମଞ୍ଚ ରେ ସେ ସ୍ୱର ପ୍ରଦର୍ଶନ କରି ହଜାର ହଜାର ସଂଖ୍ୟାରେ ଦର୍ଶକ ଙ୍କ ପ୍ରିୟ ଭାଜନ୍ ହେଇ ପାରିଛନ୍ତି । ଏହା ବାଦ୍ ସେ ମଞ୍ଚ ପରିଚାଳନା ମଧ୍ୟ କରନ୍ତି । ଏହି ପ୍ରତିଭା ପାଇଁ ସେ ନିଜ ବଡ଼ ଭାଇ ହାସ୍ୟ ଅଭିନେତା ତଥା ଗୁରୁ ଲୋଚନ ମାଝୀ ଙ୍କୁ ନିଜର ପ୍ରେରଣା ବୋଲି କହିଛନ୍ତି । ଆଗାମୀ ଦିନରେ ସେ ନିଜ ର ପ୍ରତିଭା କୁ ଆହୁରି ବ୍ୟାପ୍ତ କରିବା ସହିତ ଆନ୍ତର୍ଜାତୀୟ ସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି । ସେ ବହୁତ୍ କଷ୍ଟ ରେ ନିଜ ର କଳା ର ବିକାଶ ଦିଗରେ ଆଗେଇ ଚାଲିଛନ୍ତି । ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ଗ୍ରାମ ରୁ ସେ ଆସି ନିଜର ଉଦ୍ୟମ ଓ ଇଚ୍ଛା ଶକ୍ତି ବଳ ରେ ଆଜି ଜାତୀୟ ସ୍ତରରେ ପୁରସ୍କୃତ ହେବା ନିଶ୍ଚିତ ଭାବରେ ଅନ୍ୟ କଳାକାର ମାନଙ୍କ ପାଇଁ ଉଦାହରଣ ।