କେସିଙ୍ଗା ଏନ୍ ଏ ସି ୨ନଂ ଓ୍ବାର୍ଡର ଦିବାକର ନାଏକଙ୍କ ପତ୍ନୀ ସୁଲୋଚନା ନାଏକ(୬୭) ଗତକାଲି ଶନିବାର କେସିଙ୍ଗା ହସ୍ପିଟାଲରେ କୋଭିଡ୍ ଟେଷ୍ଟ ପରେ ପଜିଟିଭ୍ ଥିବା ଜଣାପଡିଥିଲା। ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷ ଶ୍ରୀମତୀ ନାଏକଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରିଥିଲେ। ସେଠାରୁ ତାଙ୍କୁ କାମଠଣାସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ହେଁ ରାତି ୮/୩୦ ମୃତ୍ୟୁ ବରଣ କରିଥିଲେ।ଚନ୍ଦ୍ରମଣି ସ୍ବାଇଁ, କେସିଙ୍ଗା