ରାଉରକେଲା/ ରାଉରକେଲାର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ମହାତ୍ମାଗାନ୍ଧୀ ଙ୍କ ୭୪ତମ ତିରୋଧନ ଦିବସ ସିଭିକ ସେଣ୍ଟର ଠାରେ ପାଳିତ ହୋଇଯାଇଛି। ମଂଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଭାରତୀୟ ସ୍କାଉଟ୍ ଆଣ୍ଡ ଗାଇଡ୍ ତଥା ଭାରତୀୟ ଯୁବ ହଷ୍ଟେଲର ସଭାପତି ନାରାୟଣ ପତି ମୁଖ୍ୟଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ହମିରପୁର ଉନ୍ନୟନ ପରିଷଦର ସଭାପତି ଡଃ ସୁମନ ଦତ୍ତ, ଶ୍ରଦ୍ଧା ର ସଭାପତି ତଥା ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ଶିକ୍ଷାବିତ୍ କାଶୀନାଥ ନନ୍ଦୀ,ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କର୍ମଚାରୀ ସଂଘର ପ୍ରଫୁଲ୍ଲ କୁମାର ଦାସ, ସ୍ବସ୍ତି ସାହିତ୍ୟ ସଂସଦର ପ୍ରଫୁଲ୍ଲ ସାମଲ, ଶକ୍ତି କ୍ଲବର ସାଧାରଣ ସଂପାଦକ ଅକ୍ଷୟ ପାତ୍ର ପ୍ରମୁଖ ଯୋଗଦେଇ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ କରିଥିଲେ। ଅତିଥି ମାନେ କହିଲେ ଯେ ଗାନ୍ଧୀ ଥିଲେ ଦଳିତ ଅବହେଳିତ ଅତ୍ୟାଚାରିତ ମଣିଷ ର ସ୍ବାଧିକାର ଓ ସ୍ବାଭିମାନର ସେନାନାୟକ। ସେ କୌଣସି ଧର୍ମ କି ସଂପ୍ରଦାୟର ନଥିଲେ। ସବୁ ଧର୍ମ ଓ ସବୁ ସଂପ୍ରଦାୟ ତାଙ୍କ ଆତ୍ମା ଭିତରେ ଲୀନ ହୋଇଥିଲେ। ସତ୍ୟ, ଅହିଂସା,ତ୍ୟାଗ ତାଙ୍କ ଜୀବନର ବ୍ରତ ଥିଲା। ସେ ନୀତିହୀନ ରାଜନୀତି, ନୈତିକତା ବିହୀନ ବାଣିଜ୍ୟ, ଚରିତ୍ର ବିହୀନ ଶିକ୍ଷା, ଶ୍ରମ ବିହୀନ ସଂପଦ, ବିବେକ ବିହୀନ ବିଳାସ, ମାନବିକତା ବିହୀନ ବିଜ୍ଞାନ, ତ୍ୟାଗ ବିହୀନ ଉପାସନା ଏବଂ ଅନ୍ୟକୁ ଶୋଷଣ କରି ଧନ ରୁଣ୍ଡାଇବା ବନ୍ଦ କରିବାକୁ ସେ ଆହ୍ୱାନ ଦେବାସହ କହିଥିଲେ, ମୋ ମୃତ୍ୟୁ ଯଦି ଦେଶର ବିଭିନ୍ନ ସଂପ୍ରଦାୟଙ୍କୁ ଏକତାର ସୂତ୍ରରେ ବାନ୍ଧି ଦେଇପାରିବ ତାହାହେଲେ ମୁଁ ବେଶି ଖୁସି ହେବି। କାର୍ଯ୍ୟକ୍ରମ ଶେଷରେ କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।