ନବରଙ୍ଗପୁର -: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଅବାଧ, ନିରପେକ୍ଷ, ଶାନ୍ତି, ଶୃଙ୍ଖଳାର ସହିତ ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗର ଙ୍କ ନିୟମ କୁ କଡାକଡି ଭାବରେ ପାଳନ କରି ନିର୍ବାଚନ ପ୍ରିକ୍ରିଆକୁ କରୋନା କଟକଣା ମଧ୍ୟରେ ସହଯୋଗ ପୂର୍ଣ୍ଣ ମନ ଭାବନେଇ ସୁଚ୍ରୁରୁପେ ସମ୍ପାଦନା କରିବା ପାଇଁ ନବରଙ୍ଗପୁର ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନ ରେ ଅବତୀର୍ଣ୍ଣ ଥିବା ଜିଲ୍ଲାପରିଷଦ, ସମିତି ସଭ୍ୟ, ସରପଞ୍ଚ ପାର୍ଥି ଙ୍କୁ ନେଇ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ନିର୍ବାଚନ ଖର୍ଚ୍ଚ ସମଧୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟ ଵେକ୍ଷକ ଶ୍ରୀ ରାଜକିଶୋର ପଲେଇ ଯୋଗଦେଇ ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ପାର୍ଥୀ ମାନେ କିପରି ତାଙ୍କର ଦୈନିନ୍ଦିନ ନିର୍ବାଚନ ଖର୍ଚ୍ଚ କରି ତାର ଖର୍ଚ୍ଚ ବିବରଣୀ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ଠାରୁ ପାଇଥିବା ନିର୍ଦ୍ଧିଷ୍ଟ ଖର୍ଚ୍ଚ ରେଜିଷ୍ଟର ରେ ତାର ଟିକି ନିଖି ହିସାବ ଲେଖି ଆବଶ୍ୟକ ସ୍ଥଳେ ସୂଚନା ପ୍ରାପ୍ତ ପରେ ନିର୍ଦ୍ଧାରିତ ତାରିଖରେ ଖର୍ଚ୍ଚ ପର୍ୟ୍ଯ ବେକ୍ଷ୍ୟକ ଙ୍କ ପାଖରେ ଦାଖଲ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ପର୍ଥୀକିପରି ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ନିର୍ବାଚନ ଖର୍ଚ୍ଚ କରିପାରିବେ ସେସମ୍ପର୍କ୍ର ରେ ସୂଚନା ଦେଇଥିଲେ। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର କରୋନାକଟକଣା ମଧ୍ୟରେ ଅବାଧ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ନିର୍ବାଚନ ଆୟୋଗ ଙ୍କ ନିୟମ ଅନୁଯାୟୀ ଜଣେ ଜିଲ୍ଲା ପରିଷଦ ପାର୍ଥୀ ପାଞ୍ଚ ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରିପାରୁଥିବା ବେଳେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଦୁଇ ଲକ୍ଷ୍ୟ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।ସେହିପରି ଜିଲ୍ଲାପରିଷଦ ପାର୍ଥୀି ନିର୍ବାଚନ ପ୍ରଚାର ପାଇଁ ଦଶ ଗୋଟି ମୋଟର ସାଇକେଲ ଓ ଚାରିଗୋଟି ଚାରି ଚକିଆ ଗାଡ଼ି ବ୍ୟବହାର କରିପା ରୁଥିବା ବେଳେ ସରପଞ୍ଚ ଓ ସମିତି ସଭ୍ୟ ପାର୍ଥିି ପାଞ୍ଚଟି ମୋଟର ସାଇକେଲ ଓ ଦୁଇ ଗୋଟି ଚାରିଚକିଆ ଗାଡି ନିଜର ନିର୍ବାଚନୀ ପ୍ରଚାର ପ୍ରସାର ରେ ଲଗାଇ ପାରିବେ। ନିର୍ବାଚନୀ ଖର୍ଚ୍ଚ ସମନ୍ଧିୟ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ବାଚନ ପର୍ଯ୍ୟ ବେକ୍ଷ୍ୟକ ଶ୍ରୀ ପଲେଇ ପର୍ଥୀିଁ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀ ରତ୍ନାକର ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଶିଶିର କୁମାର ପାଣି, ଜିଲ୍ଲା କୋଷାଗାର ଅଧିକାରୀ ଶ୍ରୀ ପ୍ରେମ ଚାନ୍ଦ ଦାସ, ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ୍, ନିର୍ବାଚନ ମଇଦାନରେ ଲଢୁ ଥିବା ସମସ୍ତ ପର୍ଥୀି ଯୋଗୋଦେଇହିଲେ।ମଧୁସୂଦନ ସାହୁ ନବରଙ୍ଗପୁର
previous post
next post