ନୂଆପଡା: ଓଡ଼ିଶା ଅମଲା ସଂଘର ରାଜ୍ୟ ସଭାପତି ଓ ସଂପାଦକଙ୍କ ଆଦେଶ ପ୍ରକାରେ ସର୍ବଶ୍ରୀ ସୁକାନ୍ତ ମହାପାତ୍ର, ଅଭିମନ୍ୟୁ ମହାନନ୍ଦ,ରୁପକେଶରୀ ଦଳେଇ,ଭାବଗ୍ରାହୀ ନାୟକ ଓ ଭବାନୀ ବିଶ୍ବାଳ ଖଡ଼ିଆଳ ଡି.ଏଫ୍. ଓ. କାର୍ଯ୍ୟାଳୟ, ନୂଆପଡା ଜିଲ୍ଲା କୁ ଯାଇ ଆସିଥିଲେ । ନୂଆପଡ଼ା ଜିଲ୍ଲା ସମ୍ପାଦକ ସର୍ଵଶ୍ରୀ ସୋନି ବାବୁ,ପତି ବାବୁ ଦ୍ବୟ ଓ ସାହୁ ବାବୁ। ଡି.ଏଫ୍.ଓ. ଶ୍ରୀ ସୁଶିଲ କୁମାର ତ୍ରିପାଠୀ ଙ୍କ ସହିତ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ ଓ ଆଲୋଚନା ହୋଇ ଥିଲା,ସେ ଗତ 20 .1.2022 ତାରିଖରେ ତାଙ୍କ ଅଫିସର ଆକାଉଣ୍ଟାଣ୍ଟ ଶ୍ରୀ ରାମଧର ଚଲାନ ଓ ରେଞ୍ଜର ବିନିତା ଭୋଇ ମଧ୍ୟରେ ହୋଇ ଥିବା ଗଣ୍ଡଗୋଳ ସମନ୍ଧରେ ଅବଗତ ଥିବା ପ୍ରକାଶ କରିଥିଲେ। ଉପର ଅଧିକାରୀଙ୍କ ଆଦେଶ ପ୍ରକାରେ ସେ ନିଜେ ଅନୁସନ୍ଧାନ କରୁ ଥିବା କହିବା ସହିତ ଆସନ୍ତା ତା 31.1.2022 ଦିନ ତାଙ୍କର ରିପୋର୍ଟ ପ୍ରଦାନ କରିବି ବୋଲି କହିଥିଲେ। ଅନୁରୋଧ ମୁତାବକ ଏକ କୈଫତ ରେଞ୍ଜର ଵିନିତା ଭୋଇକୁ ମଗା ଯିବ ବୋଲି ଡି.ଏଫ.ଓ. ମହୋଦୟ ରାଜି ହୋଇ ଥିଲେ। ପରବର୍ତ୍ତୀ ସମୟରେ ସାମ୍ବାଦିକ ବନ୍ଧୁ ମାନଙ୍କ ନିକଟରେ ରେଞ୍ଜର ଵିନିତା ଭୋଇକୁ ଗିରଫ କରିବା ପାଇଁ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post