ନୂଆପଡା : ସଦର ନୂଆପଡା ବ୍ଲକ ର ଗୋଡମା ଗ୍ରାମରେ ଚାଇଲ୍ଡଲାଇନ ଓ ପ୍ରଶାସନ ଦ୍ବାରା ଜାତୀୟ ସ୍ଵଚ୍ଛତା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମ ରାସ୍ତା ସଫା କରିବାସହ ନଳକୂପ ଓ ରାସ୍ତା ର ଦୁଇପାର୍ଶ୍ବ ଗ୍ରାମରେ ଥିବା ନାଳ ଇତ୍ୟାଦି ଏସ ଏଚ ଜି ସଭ୍ୟ, କିଶୋରୀ ବାଳିକା, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନାଡି କର୍ମୀ, ଚାଇଲ୍ଡଲାଇନ ର ସଦସ୍ୟ ଙ୍କ ଦ୍ବାରା ସଫା କରାଯାଇଥିଲା ଏବଂ କୁଷ୍ଠ ରୋଗ ନିରାକରଣ ପାଇଁ ଶପଥ ପାଠ ମଧ୍ୟ କରଯାଇଥିଲା । ଏହି କାର୍ଯ୍ୟକ୍ରମର ମୁକ୍ଷ୍ୟ ଉଦ୍ଦେଶ୍ୟ – ପରିବେଶ କୁ ପରିଷ୍କାର ଏବଂ ସୁସ୍ଥ ରଖିବା ସମସ୍ତ ଙ୍କ କର୍ତ୍ତବ୍ୟ । ଜାନୁୟାରୀ ୩୦ ତାରିଖ ଦିନ ଭାରତରେ ଜାତୀୟ ସ୍ଵଚ୍ଛତା ଦିବସ ପାଳନ ଦ୍ବାରା ପରିବେଶ ସୁଚ୍ଛତା ପାଇଁ ଏହି ଦାଇତ୍ଵ ଆଲୋକିତ ହୋଇଛି। ଘର, ସ୍ଥାନ, ସଡକ/ ରାସ୍ତା ଏବଂ ସର୍ବ ସାଧାରଣ ସ୍ଥାନରେ ପରିଷ୍କାର ପରିଚ୍ଛନତା ବଜାୟ ରଖୁବାକୁ ଆହ୍ବାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚାଇଲ୍ଡଲାଇନ ର ସଦସ୍ୟ ମାନସ୍ଵିନୀ ସାହୁ, ଡିଗେଶ୍ବରୀ ସାହୁ, ସି ଏଚଓ ପ୍ରତିଭା ରାନୀ ବିଶି, MPHW ନର୍ମଦା ସାହୁ, ପ୍ରଭାକର ସାହୁ, ଅଙ୍ଗବାଡି କର୍ମୀ କ୍ଷୀରୋଜିନୀ ସାହୁ ଓ ଚନ୍ଦ୍ରକଲା ସାହୁ, ଏସଏଚଜି ସଭ୍ୟ ଓ କିଶୋରୀ ବାଳିକା ମାନେ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post