Uncategorizedସ୍ମୃତିରଞ୍ଜନ ଦାସ ଙ୍କ କବିତା ଭୋକ by Sunil Chandra NayakDecember 13, 2022December 13, 2022070 Share0 ।।।।।।।। ଭୋକ ।।।।।।।। ଏହି ଦୁନିଆରେ କିଛି ଲୋକଙ୍କର କେମିତିକା ଏଇ ଭୋକ ଯାହା ମେଣ୍ଟେ ନାହିଁ କୋଟି କୋଟି ଟଙ୍କା କଲା ପରେ ଆତ୍ମସାତ । ଭୋକର ରାକ୍ଷସ ମାଡି କି ବସିଛି ସମଗ୍ର ଜଗତ ଏଠି ଅହଂତ୍ତ୍ବ ମଧ୍ୟରେ ପୁରାଇ ସଭିଙ୍କୁ ସତେ ଅବା ଯିବ ଗ୍ରାସି । ସଜ ପଖାଳକୁ ବାସି ତୋରାଣିରେ ମେଣ୍ଟାଇ ଯେ ହୁଏ ଭୋକ ସଜ ଫୁଟା କଢି ସାଇତା ନିମନ୍ତେ ଲୋଡ଼ା ତ ଟିକି ପଣତ । କୁଡିଆ ଖଣ୍ଡିଏ ମୁଣ୍ଡ ଗୁଞ୍ଜିବାକୁ ଯଥେଷ୍ଟ ପରା ହୁଅଇ ତେବେ ଏହି ଭୋକ ପୁଣି କେଉଁ ଭୋକ ଯାହା କେବେ ନମେଣ୍ଟଇ । ଶୁଣ ହେ ସମ୍ଭ୍ରାନ୍ତ ତୁମ୍ଭର ଏ ଭୋକ ଧ୍ଵଂସର ଅଭିପ୍ସା ନେଇ ତିଳ ତିଳ କରି ମଣିଷ ପଣିଆ ଅହରହ ଜାଳୁଥାଇ । ନର ରକ୍ତ ଲୋଭୀ ଅର୍ଥର ପିପାସୁ ପିନ୍ଧ ଆଭିଜାତ୍ୟ ମୁଖା ଅନ୍ୟାୟ ଅନୀତି ଶୋଷଣ ଦୁର୍ନୀତି ସବୁ ତୁମ କର୍ମେ ଲେଖା । ଗରବେ ଯେ ତୁମେ ହେୟଜ୍ଞାନ କର ଗରିବ ପେଟର ଅଗ୍ନି ଆତ୍ମ ପ୍ରବଞ୍ଚନେ ନିତି ମରେ ସିଏ ଖାଲି ଦିନ ଗଣି ଗଣି । ରଖିଥାଅ ମନେ ସେଇଠୁ ଶୁଭିବ ଡାକ ଦିନେ ଯୁଦ୍ଧଂଦେହି ବିପ୍ଳବାଗ୍ନେ ପୋଡି ଛାରଖାର ହେବ ତୁମ ଆଭିଜାତ୍ୟ ଏହି । ସ୍ମୃତିରଞ୍ଜନ ଦାସ ଭୁବନେଶ୍ବର