ଉତ୍କେଲା,୩୧/୦୧,ନିପ୍ର,କଳାହାଣ୍ଡି ଜିଲା ର ବରିଷ୍ଠ ସାମ୍ବାଦିକ ତଥା ଧରିତ୍ରୀ ଜିଲା ପ୍ରତିନିଧି ସଂଜୀବ କୁମାର ଯୋଶୀ ରବିବାର ୭.୪0 ମିନିଟ ସମୟ ରେ କଲାହାଣ୍ଡି ଜିଲ୍ଲା ଭବାନୀପାଟଣା ହସ୍ପିଟାଲରେ ରେ ଇହଧାମ ତ୍ୟାଗ କରିଛନ୍ତି। ଏହି ଅବସରରେ କେସିଙ୍ଗା ସାମ୍ବାଦିକ ମହାସଂଘ ର ସାମ୍ବାଦିକ ମାନେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇ ସ୍ଥାନୀୟ ପାଠାଗାର ଠାରେ ସୋମବାର ଶୋକସଭା ପାଳନ କରାଯାଇ ଥିଲା । ମୃତ୍ୟୁ ବେଳକୁ ୫୬ ବର୍ଷ ହୋଇଥିଲା।ସେ ଦୀର୍ଘ ଦିନ ରୁ ଅସୁସ୍ଥ ହୋଇ ଥିଲେ।ଜିଲା ର ସର୍ବ ଶ୍ରେଷ୍ଠ ସାମ୍ବାଦିକ ଭାବେ ଦୀର୍ଘ ଦିନରୁ ଧରିତ୍ରୀ ଓ ଓଡିଶାପୋଷ୍ଟ ରେ କାମ କରି ଆସୁଥିଲେ।
ସେ ଧରିତ୍ରୀ ରେ ଦୀର୍ଘ ୩୬ ବର୍ଷ ଧରି ସାମ୍ବାଦିକ କରୁଥିଲେ।ସମଗ୍ର ଜିଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଥିଲେ।ଜିଲ୍ଲାର ଆଦିବାସୀ ଅଦ୍ୟୁସିତ ଅଞ୍ଚଳ ର ବିଭିନ୍ନ ସମସ୍ୟା ଉପରେ ପ୍ରଶାସନ ନିକଟରେ ଦୃଷ୍ଟି ଆକର୍ଷଣ କରିଥିଲେ।ସଞ୍ଜୀବ ଯୋଶୀ ଙ୍କ ବିୟୋଗରେ ଧରିତ୍ରୀ ତଥା ଓଡିଶାପୋଷ୍ଟ ର ସମ୍ପାଦକ ତଥାଗତ ଶଥପଥି ଙ୍କ ସମେତ କଳାହାଣ୍ଡି ଧରିତ୍ରୀ ପରିବାର ପକ୍ଷରୁ ଶୋକ ପ୍ରକାଶ କରା ଯାଇଛି।ତାଙ୍କ ବିୟୋଗ ରେ ନବ ଭାରତ ପ୍ରତିନିଧି ସୁରେଶ ଅଗ୍ରୱାଲ, କେସିଙ୍ଗା ଧରିତ୍ରୀ ପ୍ରତିନିଧି ତୁମେଶ୍ୱର ସାହୁ, ଡମ୍ବରୁ ଧର ଭୋଇ,ବିନୋଦ ଜୈନ ଓଜେ ୟୁ ର,କଳାହାଣ୍ଡି ଜିଲା ଶାଖାର ଲକ୍ଷ୍ମଣ ସ୍ୱାଇଁ, ମଧୁ ସିନ୍ଦୁର,ପ୍ରଫୁଲ୍ଲ ସାହୁ, ମଧୁସୂଦନ ଠାକୁର, ଅର୍ଜୁନ ପୋଢ଼ , ଶିବପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ହୋଇଥିଲେ । ଅର୍ଜୁଜ୍ଜୁପୋ ଡ଼ ଙ୍କ ରିପୋର୍ଟ