ନର୍ଲା (ମପ୍ର) ସ୍ଥାନୀୟ ସ୍ମାର୍ଟ ହାଇସ୍କୁଲ ଖେଳ ପଡ଼ିଆରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏଫ୍ ସି ଟ୍ରଫି ଉଦଘାଟନ ହୋଇଯାଇଛି। ଏହି ଖେଳରେ ମୋଟ ୮ଟି ଦଳ ଯୋଗ ଦେଇଥିବା ବେଳେ ପୁଲ ଏ ରେ ଗାଡେବନ୍ଧ ଦଳ ଗୁପଟି ଦଳକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ସେହିପରି ନର୍ଲା ଦଳ ଧାମନଖୁଣ୍ଟି ଦଳକୁ ଟ୍ରାଇ ବ୍ରକରରେ ୧/୦ ଗୋଲରେ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି।ପୁଲ ବିରେ ଡୋଙ୍ଗାପଟା ଦଳ ସହିତ ଖମନପଡା ଦଳ ଓ ଗୁଣାଙ୍ଗଦଳ ସହିତ ପିପଲଭାଡି ଦଳ ସହିତ ଖେଳିବ। ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ରୂପେ ସଦର ଅବକାରୀ ବିଭାଗର ଇନ୍ସପେକ୍ଟର ତିଲେକରାମ ନାଏକ, ସମ୍ମାନିତ ଅତିଥି ଭାବେ ବନପାଳ ଭବାନୀ ନାଏକ ଯୋଗଦାନ କରିଥିଲେ। ଉଦଘାଟନୀ ଖେଳରେ ଖେଳକୁ ବଳଭଦ୍ର ପାତ୍ର ପରିଚାଳନା କରିଥିବା ବେଳେ ଲାଇନରେ ହୃଷିକେଶ ମାଝୀ ଓ ଭକ୍ତ ଚରଣ ମାଝୀ ସହଯୋଗ କରିଥିଲେ। ଏଫ୍ ସି କ୍ଲବ ତରଫରୁ ମଣ୍ଟୁ ପୁଝାରୀ, ଗୁଗୁଲ ମାଝୀ,ରାଜୁ ସାହାଣୀ, ପିଙ୍କୁ ପୋଢ,ଚକ୍ର ଗଉଡ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।