Uncategorizedନଳିନୀ ପ୍ରଭା ମିଶ୍ର ଙ୍କ କବିତା l l l ଲୁହ l l l by Sunil Chandra NayakDecember 13, 2022December 14, 2022063 Share0 l l l ଲୁହ l l l ନଳିନୀ ପ୍ରଭା ମିଶ୍ର ବ୍ୟଥିତ ହୃଦୟ ର ଉତଥିତ କୋହ ନୟନ ଯୁଗଳ ରେ ହୁଏ ସେ ଲୁହ। ଦୁଃଖ ରେ ହେଉ ଅବା ହର୍ଷ ରୂପରେ ଅଶ୍ରୁ ସଲିଳ ହୋଇ ନୟନୁ ଝରେ। କେହି ବିଜନେ ବସି ଢାଳ ଇ ଲୁହ କେ ଅବା! ଲୁହେ ଶାନ୍ତ କରେ ହୃଦୟ। ହୃଦ ଦୁଃଖ ଲାଘବ ନୟନ ସାଥୀ ଆତ୍ମ ସାନ୍ତ୍ଵନା ଆଣେ ମାନସେ ସ୍ମୃତି। ବାରୁଦ କରିପାରେ ପ୍ରସ୍ତର ଭେଦ ପ୍ରସ୍ତର କି! ଜାଣ ଇ ଫୁଲର ଖେଦ। ଲୁହ ର ସହ ଲୁହ ହେଲେ ମିତ୍ରତା ସମ ଦୁଃଖରେ ହ୍ରାସ ହୁଅଇ ବ୍ୟଥା। ନୀରବ ଅଶ୍ରୃପାତ ହୁଅଇ ସିନା ସାନ୍ତ୍ଵନା ସିକ୍ତ ଏକ ହୃଦୟ ବିନା। ଅରଣ୍ୟ ରୋଦନ ସେ ହୁଏ କେବଳ ପ୍ରବାହ ଅଶ୍ରୁ ଧାରା ସେ ଗଣ୍ଡ ସ୍ଥଳ। କେହି ଲୁହର ବିନା ପାରିଛି ରହି ଲୁହ କୋହ ମିଶ୍ରିତ ଜୀବନ ଏହି। ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ