ଜଣାଣ
ମାନଗୋବିନ୍ଦ ସ୍ବାଇଁ
ଯାହା ମୁଁ ଭାବୁଛି ତାଛବି ଆସୁଛି
ସେହି ମୋର ଜଗନ୍ନାଥ
ଜଗତର ବନ୍ଧୁ ସେହି କୃପାସିନ୍ଧୁ
ତା ଭାବ ଭକ୍ତି ଅମୃତ ।
ଭଜନ ଜଣାଣ ଯେତେ ଗାନ ହବ
ମନକୁ ପବିତ୍ର ସେତେ
ଚାହିଁ ଦେଲେ ମୂର୍ତ୍ତି ମନ ହୁଏ ମୁକ୍ତି
ଭକ୍ତି ମୋର ଜଗନ୍ନାଥେ।
ପ୍ରଭୁ ନାମ ଗାଇ ଶକ୍ତି ଦିଅ ତହିଁ
ପ୍ରଭୁ ମୋ ଏତିକି ଭିକ୍ଷା
ତୁମରି ଚରଣେ ମଥା ପାତି ରହି
ଶେଷ ଆଶା ମୋ ସମୀକ୍ଷା।
କେହି ନାହିଁ ବନ୍ଧୁ ତୁମ ମୋର ବନ୍ଧୁ
ମୋ ପ୍ରାଣ ଜୀବନ ସଖା
ତୁମକୁ ଛାଡି ବି ଦିନେ ରହିନାହିଁ
ତୁମେ ମୋ ଜୀବନ ଭିକ୍ଷା।
ଜୀବନ ମନ୍ଦିର ଆତ୍ମା ହଁ ଈଶ୍ୱର
ଶରୀର କରିଛି ବାସ
ଭଲ କାମ କରି ସଂସାର ଭିତରେ
ପ୍ରତିଭା ହେଉ ସୁବାସ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା