ଟେମରି (ମ ନି ସ) ୧୩/୧୨:-ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତ ର କୁମ୍ଭାରୀ ଠାରେ ଶ୍ରୀ ଶ୍ରୀ ସତ୍ୟ ନାରାୟଣ ପୂଜା ମହୋତ୍ସବ ପାଳିତ ହୋଇ ଯାଇଛି। ଏଠାରେ ନାଏବ ସରପଞ୍ଚ ଦୁଃଖୀରାମ ସା ଓ ତାଙ୍କ ଧର୍ମ ପତ୍ନୀ ରଞ୍ଜିତା ସା କର୍ତ୍ତା ଭାବରେ ପୂଜା କାର୍ଯ୍ୟ ତୁଲାଇ ଥିବା ବେଳେ ତାଙ୍କ ନବ ଜାତ ଶିଶୁର ନାମକରଣ କରାଯାଇଛି। ଏଥିରେ ପୂଜ୍ୟ ଶ୍ରୀ ବୁଢ଼ା ରାଜା କଳା ପରିଷଦ ର ନାଟକ ” ଅଧା ରହିଗଲା ସପନ ମୋର ଏମିତି ପ୍ରେମ କୁ ଦୂରୁ ଜୁହାର” ପ୍ରଦର୍ଶନ କରାଯାଇଛି । ଏଥିରେ ସରପଞ୍ଚ ଙ୍କ ପ୍ରତିନିଧି କୁମୁଦ ସା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପି.ଇ.ଓ. ପୁରୁଷୋତ୍ତମ ନାଏକ , ବିଜେଡ଼ି ପ୍ରତିନିଧି ବେଭାରୀ ସା , ଜୟ କୁମାର ସୁନାନୀ , ଲବଣୀ ଗୋପାଳ , ମଙ୍ଗଳ ସୁନାନୀ , ଦିବ୍ୟ ପଧାନ, ରାତ୍ର ସାହୁ, କେଶରୀ ସାହୁ, ଆଦି ଯୋଗ ଦେଇ ଥିଲେ।
ଜଗଜ୍ଜି ବନ ସା ଙ୍କ ରିପୋର୍ଟ