Uncategorizedସସ୍ମିତେଶ ସାହୁ ଙ୍କ ଶବ୍ଦରେ ଶ୍ରଦ୍ଧାଞ୍ଜଳି ବାପା by Sunil Chandra NayakDecember 14, 2022059 Share0 ମୋ ବାପାଙ୍କ ଚବିଶ ତମ ଶ୍ରାଦ୍ଧ ଉତ୍ସବ ଅବସରରେ ମୋର କିଛି ଶବ୍ଦରେ ଶ୍ରଦ୍ଧାଞ୍ଜଳି ।। l l l ବାପା l l l ବାପା, ତୁମେ ସ୍ରଷ୍ଟା ଆଉ ମୁଁ ସୃଷ୍ଟି ମୁଁ ମୋ ହେତୁ ପାଇବା ଦିନରୁ ସମସ୍ତଙ୍କ ଠାରୁ ଶୁଣିଥିବା ଭଗବାନଙ୍କ କଳ୍ପିତ ଚିତ୍ର ଅପେକ୍ଷା ମୁଁ ଦେଖିଥିବା, ଛୁଇଁଥିବା, ଅନୁଭବ କରିଥିବା ଆଉ ଅଙ୍ଗେ ଲିଭାଇଥିବା ତୁମର ଅତି ସାଧାରଣ ଛବିଟି ମୋ ପାଇଁ କାହିଁ କେତେ ଅଧିକ ସୁନ୍ଦର, ଭାବପୂର୍ଣ୍ଣ ଆଉ ଗୁରୁତ୍ୱପୂର୍ଣ୍ଣ । ମୁଁ ମୋ ଚାରିପାଖେ ଦେଖିଛି କେତେ ହସ ଆଉ ଲୁହ ହେଲେ ମୁଁ ସେତେବେଳେ ଦେଖିଛି ତୁମର ସେହି ଟିକେ ହସ ଯେତେବେଳେ ମୋ ଓଠରେ ଲହଡ଼ି ଭାଙ୍ଗୁଥାଏ ଚୁନି ଚୁନି ହସ, କିନ୍ତୁ କେବେ ଦେଖିନାହିଁ ଲୁହ ଟୋପେ ତୁମ ଆଖିରେ କାରଣ, ବୋଧ ହୁଏ ତୁମ ଲୁହ ସବୁ ମିଶି ଯାଇଥାଏ ଆମ ସଂସାର ବୋଝର ତୁହା ତୁହା ଝରା ବର୍ଷାର ପାଣିରେ ।। ଅଭାବ ଅନାଟନର କରୁଣ ଚିତ୍ରଟିକୁ ଯଥା ସମ୍ଭବ ମୋ ଠାରୁ ଦୂରେଇ ରଖିବା ପାଇଁ କ୍ଳାନ୍ତ ଆଉ ଅବସାଦକୁ ଦୂରକୁ ଠେଲି ଦେଇ ତୁମ ଦେହର ସବୁ ଲୁହ ଆଉ ଲହୁକୁ ପ୍ରତି ଦିନ ଏକାଠି କରି ସକାଳ ଆଉ ସନ୍ଧ୍ୟାର ଦୂରତାକୁ ତୁମେ ସବୁଦିନ ପାଇଁ ଭୁଲି ଯାଇଥିଲ ।। ମୁଁ ଜାଣେ ଆଜିର ମୋ ଜୀବନର ସମସ୍ତ ସ୍ଵୀକୃତି, ସଫଳତା ପରିଚୟ, ପ୍ରତିଷ୍ଠା, ପୁରସ୍କାରର ମାନପତ୍ରରେ ଅଦୃଶ୍ୟରେ ଲେଖା ତୁମ ସ୍ନେହ, ଶ୍ରଦ୍ଧା ଓ ତ୍ୟାଗର ଚିରନ୍ତନ ଅଲିଭା ସ୍ୱାକ୍ଷର, ଆଉ ତୁମେ ରହିଥିବ ମୋ ପୂଜାରେ, ପ୍ରାର୍ଥନାରେ ମୋ ଭାବନାରେ,ସ୍ମୃତିରେ ମୋ ପ୍ରତିଟି ସୂକ୍ଷ୍ମ ନିଃଶ୍ୱାସରେ ।। ତୁମ ଅତି ଆଦରର…. ସସ୍ମିତେଶ