ମାୟା ସଂସାର
ଉପେନ୍ଦ୍ର କୁମାର ବସ୍ତିଆ
ଆଖିରେ ଆଖିଏ ଲୁହ
ହୃଦୟରେ ଭରା କୋହ
ମନେ ଚିନ୍ତା ଅସୁମାରୀ
ଦିଅଇ ହୃଦୟ ଘାରି ।
ଅଶାନ୍ତିର ଜ୍ଵାଳା ଦାଉ
ସହି ନ ପାରଇ ଆଉ
ମାୟାର ସଂସାର ଏହି
କାହାର ନୁହଁନ୍ତି କେହି ।
ଆଜି ମଲେ କାଲି ଦିନେ
ଜ୍ଞାତି କୁଟୁମ୍ବଙ୍କ ମନେ
ଶୁଦ୍ଧି କାମଟିକୁ ସାରି
ଦିଅନ୍ତି ମନୁ ପାସୋରି ।
ଆହେ ଜଗତର ନାଥ
ଦେଖାଅ ତ ମୁକ୍ତି ପଥ
ଏତିକି କରୁଣା ହେଉ
ହରି ନାମେ ଜୀଯାଉ ।
ରାଉରକେଲା