ନର୍ଲା/ମସିହା /14/12/22/ ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ, ନର୍ଲା ଠାରେ ଅନୁଷ୍ଠିତ ହେଇ ଯାଇଛି ବିଜ୍ଞାନ ମେଳା। ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲ ନର୍ଲା, ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅର୍ଚ୍ଚନା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ତପିମଣି ଜାନୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଓ ସୂର୍ଯ୍ୟ ଦେବ ବାଗ ଯୋଗଦାନ କରି ଥିଲେ। ବିଚାରକ ଭାବେ ସରକାରୀ ହାଇସ୍କୁଲ ତଲବେଲଗାଁ ର ବିଜ୍ଞାନ ଶିକ୍ଷକ ବିରେନ୍ଦ୍ର ଆଚାର୍ଯ୍ୟ, ସରକାରୀ ହାଇସ୍କୁଲ, କେସିଙ୍ଗା ର ବିଜ୍ଞାନ ଶିକ୍ଷକ ଅଜୟ କୁମାର ସାହୁ, ସେରଗଡ଼ ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ମିହିର କୁମାର ବେହେରା ଓ ରୁପ୍ରା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ଚନ୍ଦ୍ର ଶେଖର ବେହେରା ଯୋଗ ଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରି ଥିଲେ।ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୭୨ ଟି ପ୍ରକଳ୍ପ ପ୍ରଦର୍ଶିତ ହେଇ ଥିଲା। ଏହି ମେଳାରେ ସ୍ୱୟଂ ସ୍ୱାଗତ କର, ଓଡିଶା ଆଦର୍ଶ ବିଦ୍ୟାଳୟ, ନର୍ଲା, ବି. ଆଦିତ୍ୟ ନାରାୟଣ ସାମଲ,ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲ , ନର୍ଲା, କୁସୁମିଶ୍ରୀ ସା, ରୁପ୍ରାରୋଡ଼ ସରକାରୀ ହାଇସ୍କୁଲ, ଜୋତ୍ସ୍ନା ସା, ସରକାରୀ ହାଇସ୍କୁଲ, ଘୋଡ଼ବନ୍ଧ, ଆଦ୍ୟା ଅଗ୍ରୱାଲ,ଓଡିଶା ଆଦର୍ଶ ବିଦ୍ୟାଳୟ, ନର୍ଲା ଓ ସୋଫିଆ ସେଫାଳିକା, ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ର ୬ଟି ପ୍ରକଳ୍ପ କୁ ଜିଲ୍ଲା ସ୍ତର କୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମ କୁ ନର୍ଲା ଗୋଷ୍ଠୀ ବିଜ୍ଞାନ କେନ୍ଦ୍ର ର ସମ୍ପାଦକ ତଥା ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ସଞ୍ଚାଳନ କରି ଥିଲେ। କାର୍ଯ୍ୟକ୍ରମ ର ସଫଳ ରୂପାୟନ ରେ ତେଜରାଜ ସାହୁ, ସୁବାସ ପଧାନ, ସସ୍ମିତା ସୁନମୁଦି,ପ୍ରଶାନ୍ତ କୁମାର ସାହୁ, ଫାଲ୍ଗୁନା ରାଓ, ଧୀରେନ୍ଦ୍ର ନାଏକ, ହିତେଶ ମେହେର, ତପନ ଦାସ, ମିନକ୍ଷୀ ମିଶ୍ର, ପ୍ରଣତି ବୈଦ୍ୟ, ଶର୍ମିତା ସେଠୀ,ସୋନମ ରାଣୀ ପଧାନ, ସସ୍ମିତା ପ୍ରଧାନ, ଜ୍ୟୋତିର୍ମୟୀ ମହାନ୍ତି, ନିବେଦିତା ଗନ୍ତିଆ, ମିତ୍ରସେନ ସାହୁ ଓ ତରଣୀ ଧଙ୍ଗଡା ମାଝି ପ୍ରମୁଖ ସାହାଯ୍ୟ କରି ଥିଲେ।
ଦୀପକ ଠାକୁର, ନର୍ଲା