ଥୁଆମୂଳ ରାମପୁର : ୧୫/୧୨ – (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ପାଡେ ପଦର ଗ୍ରାମ ପଞ୍ଚାୟତର ସାନଛତ୍ରଙ୍ଗ ଗ୍ରାମରେ, ଗତ ୧୪/୧୨/୨୦୨୨ ବୁଧବାର ଦିନ ଗ୍ରାମର ଜନ ସାଧାରଣଙ୍କୁ ନେଇ ଓ୍ବାର୍ଡ ମେମ୍ବର ଶ୍ରୀ ତ୍ରିନାଥ ମାଝୀ ଙ୍କ ସଭାପତିତ୍ବରେ ପଲ୍ଲୀ ସଭା ଅନୁଷ୍ଠିତ ହୋଇ ଯାଇଛି ,ଉକ୍ତ ପଲ୍ଲୀ ସଭାରେ ପାଡେ ପଦର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀ ମୋହନ କୁମାର ସାଗର , ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ସଞ୍ଜୟ ପ୍ରଧାନ, GRS ଶ୍ରୀ ତରୁଣ ବେହେରା ପ୍ରମୁଖ ଉପସ୍ଥିତ ହୋଇଥିଲେ।ପରେ GRS ତରୁଣ ବେହେରା ଗ୍ରାମ ବାସୀଙ୍କୁ ସମସ୍ତ ସରକାରଙ୍କ ଯୋଜନା ବିଷୟରେ ପ୍ରାଞ୍ଜଳ ଭାବରେ ଲୋକଙ୍କୁ ବୁଝାଇ ଥିଲେ, ପଲ୍ଲୀ ସଭା ମାଧ୍ୟମରେ ଗ୍ରାମବାସୀ ରାସ୍ତା ଠୁ ଆରମ୍ଭ କରି ପାନୀୟ ଜଳ ଯୋଗାଣ ସମେତ୍ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ପଲ୍ଲୀସଭାରେ ଗ୍ରାମର ଜନ ସାଧାରଣ ବହୁ ମାତ୍ରା ରେ ଯୋଗଦାନ କରିଥିଲେ ।
ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ