ରାଉରକେଲା/ (କୁଞ୍ଜ ବିହାରୀ ରାଉତ ଙ୍କ ରିପୋର୍ଟ) ରୋଟାରୀ ରାଉରକେଲା ସେଣ୍ଟ୍ରାଲ ଓ ଡିପିଏସ ରୋଟାରୀ ଇଣ୍ଟ୍ରାକ୍ଟ ର ମିଳିତ ଆନୁକୂଲ୍ୟରେ ଆଭାସୀ ବୈଠକ ମାଧ୍ୟମରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବତ୍କୃତା ପ୍ରତିଯୋଗିତା କରାଯାଇଥିଲା। ଇଣ୍ଟ୍ରାକ୍ଟ ର ସଭାପତି ଆତିସ୍ ପାଢୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରୋଟାରୀ ରାଉରକେଲା ସେଣ୍ଟ୍ରାଲର ସଭାପତି ରୋଟାରୀଆନ ଆର.କିରଣ ଓ ସାଧାରଣ ସଂପାଦକ ରୋଟାରୀଆନ ରବି ଦାସ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ଡିପିଏସ ପବ୍ଲିକ୍ ସ୍କୁଲ ସେକ୍ଟର ୧୬ ଓ ଇଣ୍ଡୋ ଇଂଲିଶ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ରୋଟାରୀଆନ ପ୍ରଶାନ୍ତ ଓଡିଆ ବିଭାଗ, ରୋଟାରୀଆନ ବରଖା ହିନ୍ଦୀ ବିଭାଗ ଓ ରୋଟାରୀଆନ ନନ୍ଦିତା ଇଂରାଜୀ ବତ୍କୃତା ଗୁଡିକର ବିଚାରକ ଦାୟିତ୍ୱ ତୁଲାଇଥିଲେ। ଶେଷରେ ଓଡିଆ ବିଭାଗରେ ଡିପିଏସ ର ଜିମିଶା ନାୟକ ପ୍ରଥମ, ଡିପିଏସ ର ସ୍ବୀକୃତିରାଣୀ ସ୍ବାଇଁ ଦ୍ବିତୀୟ, ହିନ୍ଦୀ ବିଭାଗରେ ଡିଏଭି ର ଇଫତକାର ଅହମ୍ମଦ ପ୍ରଥମ, ଡିଏଭି ର ପ୍ରଶାନ୍ତ କୁମାର ଝା ଦ୍ବିତୀୟ , ଡିପିଏସ ର ସ୍ରୀଷ୍ଟି ପାଣ୍ଡେ ତୃତୀୟ ଓ ଇଂରାଜୀ ବିଭାଗରେ ଡିପିଏସ ର ଜିଗିଶା ନାୟକ ପ୍ରଥମ, ଡିପିଏସ ର ଜିଜ୍ଞାସା ପଟ୍ଟନାୟକ ଓ ଡିଏଭି ର ଲୋପମୁଦ୍ରା ବେହେରା ଯୁଗ୍ମ ଭାବେ ଦ୍ବିତୀୟ, ଡିପିଏସ ର ରଣବୀର ସିଂ ରାନ୍ଧୱା ତୃତୀୟ ଓ ଡିପିଏସ ର ଚିନ୍ମୟ ହୋତା ସାନ୍ତ୍ବନା ମୂଳକ ସ୍ଥାନ ଅଧିକାର କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ରାଉରକେଲା ସେଣ୍ଟ୍ରାଲର ପ୍ରଥମ ମହିଳା ସ୍ମିତା ଆଥେରିଆ, ନରେନ୍ଦ୍ର, ପ୍ରଶାନ୍ତ, ବ୍ରଜେଶ, ଅବଦୁସ ସଲାମ୍ ଓ ଡିପିଏସ ର ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।