ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଆଇନ ଗଂଜେଇ ଚାଷ ଏବଂ ଚୋରା ଚାଲାଣ ରୋକିବା ସଂପର୍କରେ ସଚେତନତା ରଥ

ବୌଦ୍ଧ-୧୫ା୧୨ – ( ହୃଦାନନ୍ଦ ମେହେର)- ବୌଦ୍ଧଜିଲାରେ ବେଆଇନ ଗଂଜେଇ ଚାଷ ବ୍ୟାପକ ଭାବରେ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ଏହାକୁ ରୋକିବା ଦିଗରେ ପ୍ରୟାସ ଜାରି ରହିଛି । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ସଂପର୍କରେ ଜନସଚେତନତା ଉଦ୍ଦେଶ୍ୟରେ ଏକ ରଥ ଜିଲ୍ଲା ପରିକ୍ରମା କରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରିଥିବା ଏହି ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ରହୁଥିବା ପଞ୍ଚାୟତ ବ୍ରାହ୍ମଣିପାଲି,ଆମ୍ବଝରୀ,ବଘିଆପଡା,ଟିକରପଡା,ଶଗଡା,ଗୁନ୍ଦୁଳିଆ ଆଦି ଅଞ୍ଚଳ ଓ କଣ୍ଟାମାଳ ବ୍ଳକର ବିଭିନ୍ନ ଅଞ୍ଚଳ ପରିକ୍ରମା ସହିତ ଜନସାଧାରଣଙ୍କୁ ଅବକାରୀ ଆଇନ ସଂପର୍କରେ ସଚେତନ କରିବା ସହିତ ବେଆଇନ ଗଂଜେଇ ଓ ମଦ କାରବାରରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ରହିଥିବା ଦଣ୍ଡବିଧାନ ସଂପର୍କରେ ସଚେତନ କରାଇଛି । ଗଂଜେଇ ଚାଷ ଓ ବ୍ୟାପକ ମଦ କାରବାର ହେଉଥିବା ଗ୍ରାମ ଗୁଡିକର ଜନପ୍ରତିନିଧି ଓ ସଚେତନ ନାଗରିକମାନେ ଏ ସଂପର୍କରେ ସୂଚନା ପାଇଲେ ତୁରନ୍ତ ପ୍ରଶାସନକୁ ଜଣାଇବାକୁ ନିବେଦନ କରାଯାଇଛି । ଏଥିସହିତ ପାଲା ମାଧ୍ୟମରେ ମଧ୍ୟ ଲୋକଙ୍କୁ ବେଆଇନ ଗଂଜେଇ ଚାଷ ନକରିବାକୁ ସଚେତନ କରାଯାଇଛି । ଜିଲ୍ଲାରେ ଗଂଜେଇ ଚାଷ ଏକ ସାମାଜିକ ବ୍ୟାଧି ହୋଇସାରିଥିବାବେଳେ ଗରିବ ଚାଷୀ ଓ ବେକାର ଯୁବକମାନେ ଅର୍ଥ ଲୋଭରେ ପଡି ନିଜକୁ ଏହି ବେଆଇନ ଚାଷରେ ନିେୟୋଜିତ କରି ଧରାପଡିଲେ ଜୀବନ ସାରା ଜେଲ କୋଠରୀ ମଧ୍ୟରେ କାଳାତିପାତ କରୁଛନ୍ତି । ମିଳିଥିବା ସୂଚନା ମୁତାବକ ଏହି ଅପରାଧରେ ସଂପୃକ୍ତ ବ୍ୟକ୍ତିବିଶେଷ ଚାଷୀଋଣ ବାହାନାରେ ବିଭିନ୍ନ ସଂସ୍ଥାରୁ ଋଣ ଆଣି ଗଂଜେଇ ଚାଷରେ ଲଗାଇଥିବା ଜଣାପଡିଛି । ତେଣୁ ପ୍ରଶାସନ ପକ୍ଷରୁ ଏହି ବେଆଇନ ଚାଷରୁ ନିବୃତ ରହିବାକୁ ସଚତେନତା ରଥ ମାଧ୍ୟମରେ ନିବେଦନ କରାଯାଇଛି । ଏହି ସଚେତନତା ରଥର ଉଦଘାଟନ ଅବସରରେ ଜିଲା ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ଅବକାରୀ ଇନିସପେକ୍ଟର ସାଗରୀକା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ବିଧବା ବୃଦ୍ଧାଙ୍କୁ ମୃତ ଘୋଷଣା , ଚଉଦ ମାସ ପରେ ପ୍ରଶାସନ ଚେତିଲା

Sunil Chandra Nayak

ଅଧିକ ଟ୍ରମା ଚିକିତ୍ସାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀପ ରାୟଙ୍କ ଚିଠି

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା କେମିତି ପଥିକ ମୁଁ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort