କର୍ଲାମୁଣ୍ଡା : କର୍ଲାମୁଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ହେଲା ପୁଣି ଶୀତ ଅନୁଭୁତ ହେଉଛି l ଲଘୁଚାପ ଜନିତ ଅଦିନିଆ ଲଗାଣ ବର୍ଷା ପରେପରେ ପ୍ରାୟ ଶୀତ ଉଭାନ ହୋଇ ଯାଇଥିବା ଥିବା ବେଳେ ପୁଣି ସକାଳେ ଓ ସନ୍ଧ୍ୟାରେ ପ୍ରବଳ ଶୀତରେ ଲୋକେ ନିଆଁ ସାମ୍ନାରେ ରହିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି l ଫଳରେ ପୁଣି କଡ଼ଲେଉଟାଇଛି ଶୀତ କୁହା ଯାଉଛି l ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ଅସହ୍ୟ ଶୀତ ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଳୁଛି l ବାୟୁ ମଣ୍ଡଳ ଦୂଷିତ ଯୋଗୁଁ ଋତୁ ଚକ୍ରରେ ଏପରି ବ୍ୟତିକ୍ରମ ଦେଖା ଯାଉଥିବା ଅନୁମାନ କରାଯାଉଛି l
(କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)