ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାକିସ୍ତାନର ରେକର୍ଡ ଭାଙ୍ଗିଲେ ନୂଆପଡ଼ାର ପୁଅ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଳକ ଲରକା ଗାଁ’ର ସଚିନ ବେହେରା ପୂର୍ବରୁ ନିକ୍ ଷ୍ଟାଇକରେ ଗିନିଜ ବୁକ ଅଫ ୱାର୍ଡରେ ନିଜ ନାଁ ଲିପିବଦ୍ଧ କରିଥିଲେ। ସେ ତିନି ମିନିଟରେ ୨୦୪ ଥର ନିକ୍ ଷ୍ଟ୍ରାଇକ(ଅଣ୍ଠୁ ପ୍ରଭାତ) କରି ପାକିସ୍ତାନର ମୁଷ୍ଟି ଯୋଦ୍ଧା ମହମ୍ମଦ ରସିକଙ୍କ ରେକର୍ଡ ଭାଙ୍ଗିଛନ୍ତି। ଲରକାର ଲକ୍ଷ୍ମୀପ୍ରସାଦ ବେହେରା ଓ ଆରତୀ ବେହେରାଙ୍କ ପୁଅ ସଚିନ ନିଜ ଗାଁ’ରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ସେଠାରେ ଉତ୍ତମ ଶିକ୍ଷାର ସୁବ୍ୟବସ୍ଥା ନହେବାରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସେ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ। ସେଠାରେ ହାଇସ୍କୁଲ ଶିକ୍ଷା ଲାଭ କରି ଭୁବନେଶ୍ବର ସ୍ଥିତ ନବଜ୍ୟୋତି କଲେଜରେ ସେ ଯୁକ୍ତ ଦୁଇ ଅଧ୍ୟୟନ କରିଥିଲେ। ଏବେ ସେ ଭୁବନେଶ୍ଵର ହାଇଟେକ କଲେଜରେ ଫିଜିଓ ଥେରାପିରେ ଇଣ୍ଟନ ସିପ୍ କରୁଛନ୍ତି। ପିଲାଦିନରୁ ସଚିନଙ୍କ କ୍ରିଡା ପ୍ରତି ରୁଚି ରହିଥିଲା । କ୍ରୀଡା କ୍ଷେତ୍ରରେ ସଫଳତା ପାଇଁ ସେ କଠିନ ପରିଶ୍ରମ କରୁଥିଲେ। କଲେଜ ଜୀବନରେ ଶହେ ମିଟର ଧାବକ ଭାବେ ସେ ବେଶ ପରିଚିତ ଥିଲେ। ଗତ ୨୦୧୯ ରେ ପ୍ରଶିକ୍ଷକ ସତ୍ୟପୀର ପ୍ରଧାନଙ୍କ ମାର୍ଗଦର୍ଶନ ଓ ତତ୍ତ୍ଵାବଧାନରେ ସେ ନିକ୍ ଷ୍ଟାଇକରେ ଗିନିଜ ବୁକ ଅଫ ୱାଲ୍‌ରେ ସ୍ଥାନ ପାଇଥିଲେ । ସେତିକିରେ ସେ ସୀମିତ ହୋଇ ରହିନଥିଲେ। ଆଣ୍ଠୁ ପ୍ରଘାତରେ ବିଶ୍ଵ ରେକର୍ଡ କରି ଦେଶ, ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଅର୍ଜନ କରିବାକୁ ସେ ସଂକଳ୍ପ ନେଇଥିଲେ।

ଏଥିପାଇଁ ୧୦ ଘଣ୍ଟାର କଠିନ ପରିଶ୍ରମ କରୁଥିଲେ । ଦିର୍ଘ ୪ ମାସ ଅକ୍ଳାନ୍ତ ପରିଶ୍ରମ କରି ଆଉ ଏକ ଗିନିଜ ବୁକ୍‌ରେ ସ୍ଥାନ ପାଇବାକୁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ। ଆଜି ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇଥିଲା ।

ଭୁବନେଶ୍ଵର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଗିନିଜ ବୁକ ରେକର୍ଡ ପାଇଁ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ସଚିନ ନିଜ ଆଣ୍ଠୁରେ ୫ କେଜିରଏଙ୍କଲ ୱେଟ ବାନ୍ଧି ୩ ମିନିଟରେ ୨୦୪ ଥର ନିକ ଷ୍ଟାଇକ କରିଥିଲେ। ପୂର୍ବରୁ ପାକିସ୍ତାନର ମୁଷ୍ଟି ଯୋଦ୍ଧା ମହମ୍ମଦ ରସିଦଙ୍କ ନାଁରେ ୧୭୮ ଥର ନିକ୍ ଷ୍ଟାଇକ କରିବାର ରେ କର୍ଡ଼ ରହିଥିଲା। ସଚିନ ଏହି ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସ୍ଥାପନ କରିଥିଲେ । ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ଆମେ ଲଟିକ ସମ୍ପାଦକ ସୌମ୍ୟରଞ୍ଜନ ପରିକା ଓ ସମ୍ମାନୀତ ଅତିଥି ଭାବେ ଓଲିଉଡ କଳାକାର ଅଖିଳେଶ ପଟ୍ଟନାୟକ ଯୋଗଦେଇଥିଲେ। ଏହି ସଫଳତା ପାଇଁ ଭୁବନେଶ୍ଵର ହାଇଟେକ କଲେଜ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ନବଜ୍ୟୋତି ଜୁନିୟର ସାଇନ୍ସ କଲେଜ ଅଧ୍ୟକ୍ଷ ଶାନ୍ତନୁ ମହାପାତ୍ର ସଚିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସମସ୍ତ ସଫଳତାକୁ ସଚିନ ନିଜ ପିତାମାତଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏକ୍ସପୋର୍ଟ ୱିଟନେଓ ଭାବେ ସୌମ୍ୟରଞ୍ଜନ ଦାସ, ସନ୍ଦିପ ମହାନ୍ତୀ, କିକ ପ୍ୟାଡ କିପର ଅମନ ପାଣ୍ଡେ, ଟାଇମ କିପର ଗୁରୁପ୍ରସାଦ ପଟ୍ଟନାୟକ, ସସ୍ମିତା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୁକ୍ତ ବିଚାର ମଞ୍ଚର ଆଲୋଚନାଚକ୍ର

masiha

ମୟୂରଭଞ୍ଜ ୨ ବିଜେଡ଼ି ଉପସଭାପତିଙ୍କୁ ଜାମଦା ବିଜେଡ଼ି ପକ୍ଷରୁ ସ୍ବାଗତ ଓ ଶୁଭେଚ୍ଛା

Sunil Chandra Nayak

ଡୁଇଟ୍ ଡେଭିଡ ଫିଲିପ୍ ଙ୍କ କବିତା ପଚା କିମ୍ବା ବଳକା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort