ନବରଙ୍ଗପୁର : ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ତଥା ମୋଦିଜୀଙ୍କ ବଳିଷ୍ଠ ନେତୃତ୍ୱରେ ଅନୁପ୍ରାଣିତ ହୋଇ ତେନ୍ତୁଳିଖୁଣ୍ଟି ବ୍ଲକ ଜୋନ୍ ୧ ଅନ୍ତର୍ଗତ ଅଞ୍ଚଲଗୁମା ପଞ୍ଚାୟତ ଓ ପାତ୍ରପୁଟ ଗ୍ରାମର ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ପିତାମ୍ବର ବିଷୋୟୀ, ଆଇନ ଜିବୀ ବାବୁଲା ଶୌରା, ନାମକରଣ ମାଝୀ, ଉଦ୍ଧବ ମାଝୀ, ସାହେବ ବିଷୋୟୀ, ସଦା ମାଝୀ, ନୀଳ ମାଝୀ ଙ୍କ ସମେତ ଅଞ୍ଚଳଗୁମା ଗ୍ରାମର ଅନେକ ଯୁବକ ବିଜେଡ଼ି ଓ କଂଗ୍ରେସ ଛାଡ଼ି ବିଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ। ନୂତନ ଭାବେ ଯୋଗ ଦେଇଥିବାରୁ ନବରଙ୍ଗପୁର ବିଜେପି ଅଧିକ ଶକ୍ତିଶାଳୀ ହେବା ସହ ଆଗାମୀ ନିର୍ବାଚନରେ ବିଜୟ ପାଇଁ ପଥ ପରିଷ୍କାର ହେବ ବୋଲି ଉପସ୍ଥିତ ନେତା ମାନେ କହିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଲୋକ ମାନଙ୍କୁ ଅବଗତ କରାଇବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ l ବ୍ଲକର ସମସ୍ତ ବିଜେପି ପ୍ରାର୍ଥୀ ମାନଙ୍କୁ ଜିତାଇବାକୁ କର୍ମ କର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ l ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀ ଶଙ୍କର ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅଚ୍ୟୁତ ବିଷୋୟୀ , ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଶ୍ରୀ ଦେବଦାସ ମାହାଙ୍କୁଡ , ଜିଲ୍ଲା ଉପ ସଭାପତି ଶ୍ରୀ ସୁରେନ୍ଦ୍ର ବିଷୋୟୀ, ମଣ୍ଡଳ ସଭାପତି ଶ୍ରୀ ନନ୍ଦନ ଭାଇ, ପର୍ଶୁ ରାମ ବିଷୋୟୀ , ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ରମା ପତି, ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେlମଧୁସୂଦନ ସାହୁ ନବରଙ୍ଗପୁର
previous post