ପାପଡାହାଣ୍ଡି,16/12, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଛକରୁ ନାକଟିଗୁଡା ରାସ୍ତା ନିକଟରେ ଥିବା ପୋଲ ତଳକୁ ବାଇକରୁ ପଡି ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ନାକଟିଗୁଡାର ଖଗପତି ପୂଜାରୀ ଓ ସେମଳାର ନିରଞ୍ଜନ ପୂଜାରୀ ଗୁରତର ଆହତ ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ ଖଗପତି ଓ ନିରଞ୍ଜନ ବାଇକ OR10 J ୪୪୩୫ ରେ କୌଣସି ଏକ କାର୍ଯ୍ୟରେ ନାକଟିଗୁଡା ରୁ ତୁମ୍ବର୍ଲା ଆସିଥିଲେ ।ଘରକୁ ଫେରିବା ସମୟରେ ଭାରସାମ୍ୟ ହରାଇ ଟୁରୀ ନଦୀ ପୋଲ ତଳେ ପଡିଯାଇଥିଲେ ।ତଳେ ଥିବା ସ୍ଲାବ ରେ ପିଟି ହୋଇଥିଲେ ସେହି ସ୍ଥାନରେ ହିଁ ଖଗପତିଙ୍କ ମୃତ୍ୟୁ ହୋଇଥିଲା ।ଗୁରୁତର ହୋଇଥିବା ନିରଂଜନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ପଠାଇଥିଲେ, ପରେ ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପାପଡାହାଣ୍ଡି ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ବାଇକ ଓ ଶବକୁ ଉଦ୍ଧାର କରି ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।
previous post