ଚନ୍ଦାହାଣ୍ଡି ୧୬/୧୨(ମ ନି ସ )- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନ ଜମାଦାରପଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଥିବା ନେଇ ବିଧ୍ୟାଳୟ ର ପ୍ରଧାନ ଶିକ୍ଷକ ନୀଳାମ୍ଭର ପଟେଲ ସୂଚନା ଦେଇଛନ୍ତି । ମୁଖ୍ୟ ଅତିଥି ଭାବରେ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢି ଯୋଗଦାନ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜୋନ ୧ ଜିଲ୍ଲାପରିଷଦ ସଭ୍ୟା ବର୍ଷାରାଣୀ ପଟେଲ, ଏସ ଏମ୍ ସି ସଭାପତି ବିଶ୍ୱନାଥ ବାଘ ଏ ବି ଇ ଓ ନୀଳକଣ୍ଠ ଦାଶ,ଉମାଶଙ୍କର ଦଳେଇ ରମେଶ ଚୌହାନ, ଭିମ ସେନ ଦାଣ୍ଡିଆ ପ୍ରମୁଖ ମଂଚାସୀନ ରହି ଥିଲେ । କାର୍ଯ୍ୟକ୍ରମ ଆରମ୍ବ ପୂର୍ବରୁ ମୁଖ୍ୟ ଅତିଥି ଶ୍ରୀ ପାଢି ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ କାର୍ଯ୍ୟକ୍ରମ କୁ ସୁଭାରମ୍ବ କରିଥିଲେ । ଏହା ପରେ ପ୍ରଧାନ ଶିକ୍ଷକ ନୀଳାମ୍ଭର ପଟେଲ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା । କ୍ରୀଡା ର ବିଭିନ୍ନ ଉପକାରିତା ଏବଂ ଏହାର ଆବଶ୍ୟକତା ବାବଦ ରେ ମୁଖ୍ୟ ଅତିଥି ଶ୍ରୀ ପାଢି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କ ଅଭିଭାଷଣ ରେ ବୁଝାଇ ଥିଲେ । ଏହା ପରେ ବିଦ୍ୟାଳୟ ରେ ଭଲିବଲ , ଖୋଖୋ, କବାଡି, କନିଷ୍ଠ ବର୍ଗ ଏବଂ ବରିଷ୍ଠ ବର୍ଗ ଉଚ୍ଚ ଡିଆଁ ଲମ୍ବା ଡିଆଁ, କବାଡି ,ବ୍ୟାଡମିଣ୍ଟନ , ରେ କ୍ରୁତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପ୍ରମାଣ ପତ୍ର ସହ ପୁରସ୍କ୍ରୁତ କରିଥିଲେ । ଏହି ଅବସର ରେ ଶିକ୍ଷକ ତାରାଚନ୍ଦ ସା, ପ୍ରଦୀପ କୁମାର ପାଢି, ଶ୍ରୀ ନିବାସ ଦାଶ,ଅରୁଣ କୁମାର ସାହୁ, ମୀନକେତନ ଲୋହରା ଛବିଲାଲ କୋଲଥିଆ, ରେଖାରାଣୀ ସେନାପତି ଏବଂ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ । ବିଦ୍ୟାଳୟ ରେ କ୍ରୁତିତ୍ୱ ଅର୍ଜନ କରି ଥିବା ଛାତ୍ର ଚାତ୍ରୀ ମାନଙ୍କୁ ବ୍ଲକ ସ୍ଥରିୟ କ୍ରୀଡା ଉତ୍ସବ କୁ ପଠାଯିବ ବୋଲି ପ୍ରଧାନ ଶିକ୍ଷକ ନୀଳାମ୍ଭର ପଟେଲ ପ୍ରକାଶ କରିଛନ୍ତି । ସେହିପରି ଜୁନାପାଣି ଆଶ୍ରମ ବିଦ୍ୟାଳୟ ଏବଂ ଧୋଡିପାଣି କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଜାଇଛି । ଜୁନାପାଣି ଆଶ୍ରମ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ରିମି ଚନ୍ଦ ଚୌହାନ ଙ୍କ ପ୍ରତ୍ୟକ୍ଷ ତତ୍ୱଭଧାନ ରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ରୀଡା ପଦର୍ଶନ କରି ଥିଲେ କାର୍ଯକ୍ରମ ରେ ପରିଚାଳନ କମିଟି ର ସଭାପତି ଭୀମସେନ ଡୋଙ୍ଗରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କରି ଥିବା ବେଲେ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ, ଶିକ୍ଷୟତ୍ରୀ ଭାନୁମତୀ ମହାରଣା, କ୍ରୀଡା ପରିଚାଳନା କରି ଥିବା ବେଳେ ଶିକ୍ଷୟତ୍ରୀ ସସ୍ମିତା ବେହେରା ସହେଯାଗ କରି ଥିଲେ ଏହି ଅବସର ରେ ବିଦ୍ୟାଳୟ ର ପରିଚାଳନା କମିଟିର ସଦସ୍ୟ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହି ଥିଲେ । ଏଠାରେ କ୍ରୁତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବ୍ଲକ କ୍ରୀଡା ଉତ୍ସବ କୁ ପଠାଜିବ ବୋଲି ପ୍ରଧାନ ଶିକ୍ଷକ ରିମି ଚାନ୍ଦ ଚୌହାନ ସୂଚନା ଦେଇଛନ୍ତି ।