ନବରଙ୍ଗପୁର , ସଦର ମହକୁମା ଗାଦବାଗୁଡା ସାହି ସ୍ଥିତ ଶ୍ରୀମା ବୁଢୀ ଠାକୂରାଣୀ ମନ୍ଦିର ଓ ବୀର ବଜରଙ୍ଗ ମନ୍ଦିରର କମିଟି ଗଠନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଶ୍ରୀମା ବୁଢୀ ଠାକୂରାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ବୋଇଠକ ଅନୁଷ୍ଠିତ ହୋଇଥିଲା । ରବି ପ୍ରସାଦ ଶତପଥିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ବୋଇଠକରେ ସାହିରେ ଥିବା ଦୁଇଟି ମନ୍ଦିରର ଉନ୍ନତି କରିବା ପାଇଁ ନିସ୍ପତି ହୋଇଥିଲା । ଏଥିପାଇଁ ଦୁଇଟି ମନ୍ଦିର ନିମନ୍ତେ ଗୋଟିଏ କମିଟି କାର୍ଯ୍ୟ କରିବ ବୋଲି ବୋଇଠକରେ ମତ ପ୍ରକାଶ ପାଇଥିଲା । ଉପସ୍ଥିତ ଜନସାଧରଣଙ୍କ ମଧ୍ୟରୁ କମିଟିର କର୍ମକର୍ତା ଚୟନ କରଯାଇଥିଲା । ସର୍ବ ସମ୍ମତି କ୍ରମେ କମିଟିର ସଭାପତି ରୂପେ ଭାସ୍କର ବାରିକ, ଉପ ସଭାପତି ରୂପେ ଉଦୟନାଥ ପାଣିଗ୍ରାହୀ,ସମ୍ପାଦକ ରୂପେ ପୂର୍ଣ ଚନ୍ଦ୍ର ମହାପାତ୍ର ,ସହ ସମ୍ପାଦକ ମଧୁ ଗଦବା, କୋଷାଧ୍ୟକ୍ଷ ସୁନିଲ ଗନ୍ତାୟତ , ଉପଦେଷ୍ଟା ମଣ୍ଡଳୀରେ ପ୍ରେମ ଚାନ୍ଦ ପଟ୍ଟନାୟକ , ରଞ୍ଜନ ପଟ୍ଟନାୟକ , ରବି ପ୍ରସାଦ ଶତପଥି , ଦିବାକର ବାହୁକ, ଦ୍ବରିକା ସାହୁ ଏବଂ ପରିଚାଳନା କମିଟିରେ ମଙ୍ଗୁଲୁ ବେଶରା , ଡମ୍ବୁରୁ ଗଦାବା, ହାଡିବନ୍ଧୁ ବେହେରା , କାହ୍ନୁ ଦାଶ , ଟୁନା ପାଢୀ , ମନୋଜ ତ୍ରିପାଠୀ , ନରେନ୍ଦ୍ର ରାୟ , ମାଗତୀ ପାଣିଗ୍ରାହୀ , କୃଷ୍ଣ ପଣ୍ଡା , ସ୍ଵାଧୀନ ପଣ୍ଡା , ପଦ୍ନନାଭ ସାହୁ , ସୁବାଷ ଜାନି,ଯୁଧିଷ୍ଟିର ଗୌଡ, ପ୍ରମୋଦ ଚର୍ଚି ,ଏବଂ ସଦସ୍ୟ ଭାବେ ଶରତ ଚନ୍ଦ୍ର ରଥ ଓ ସନ୍ତୋଷ ସାହୁ ରହିଛନ୍ତି । ଏହି କମିଟି ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ ।ମଧୁସୂଦନ ସାହୁ ନବରଙ୍ଗପୁର
next post