ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦ୍ରାବତୀ ବୁଡି ଅଞ୍ଚଳ ଦୁଃଖ – ବିକାଶର ଅପେକ୍ଷାରେ ପୁରୁଣାପଡା ଗ୍ରାମ ବାସୀଙ୍କ ଆଖିର ଲୁହ ଶୁଖିଗଲାଣି

ଜୟପାଟଣା:୧୬/୧୨/ କଳାହାଣ୍ଡି ଜିଲ୍ଲାର ମୁଖୀଗୁଡା ସ୍ଥିତ ଏସିଆର ଦ୍ଵିତୀୟ ସର୍ବବୃହତ ଜଳ ବିଦ୍ୟୁତ ପ୍ରକଳ୍ପ ଇନ୍ଦ୍ରାବତୀ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାରେ ପ୍ରମୂଖ ଭୂମିକା ନର୍ବାହ କରିଥାଏ । ଏହି ପ୍ରକଳ୍ପରୁ ଦୈନିକ ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯାଇ ବାହାର ରାଜ୍ୟକୁ ଏହି ଶକ୍ତିକୁ ଦିଆଯାଇ ବ୍ୟାପକ ରାଜସ୍ୱ ଆମଦାନୀ କରାଯାଏ । କିନ୍ତୁ ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବ ଯୋଗୁଁ ଇନ୍ଦ୍ରାବତୀର ଦ୍ବୀପ ତଳ ଅନ୍ଧାର । ଏହାର ନଗ୍ନ ଉଦାହରଣ ବୁଡି ଅଞ୍ଚଳ ବାସୀଙ୍କର ଦୁଃଖ ।

ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଚାରୋଟି ପର୍ଯ୍ୟାୟରେ ସ୍ଥାନୀୟ ଅଧିବାସୀ ଭିଟାମାଟି ଛାଡିଛନ୍ତି । ସେତେବେଳେ ଯାହା ବିସ୍ଥାପିତଙ୍କ ପାଇଁ ବ୍ୟବସ୍ଥା ଥିଲା ସମୁଦ୍ର କୁ ଶଙ୍ଖେ ପାଣି । ତଥାପି ଲୋକେ ନିଜର ନୀରହ ପଣିଆ ଏବଂ ସେମାନଙ୍କ ପାଇଁ ବିସ୍ଥାପନ ବ୍ୟବସ୍ଥାକୁ ନେଇ ଅଜ୍ଞାନି ଥିଲେ । ନିରୀହ ସରଳ ଆଦିବାସୀ ମାନଙ୍କର ନେତୃତ୍ୱର ଅଭାବ ଯୋଗୁଁ ସ୍ୱର ଉତ୍ତୋଳନ କରି ପାରିଲେନି। ଠିକ ସମୟରେ ନା ସଂଗଠିତ ହୋଇ ପାରିଲେ ନା ମିଳିଲା ଉପଯୁକ୍ତ ନେତୃତ୍ୱ । ଯେତେବେଳେ ସଂଗଠିତ ହେବାକୁ ଚେଷ୍ଟା କଲେ ସେତେବେଳେ ନେଡ଼ିଗୁଡ଼ କହୁଣୀ କୁ ଯାଇ ସାରିଥିଲା । ଆମେ ଆଜି ଆପଣଙ୍କୁ ଶତାଧିକ ବୁଡି ଅଞ୍ଚଳ ମଧ୍ୟରୁ ଗୋଟିଏ ଗ୍ରାମ ତଲନାଙ୍ଗି ଗ୍ରାମ ପଞ୍ଚାୟତର ପୁରୁଣାପଡା ଗାଁ ବିଷୟରେ ଦୃଷ୍ଟି ପକାଇବା । ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ତଲନାଙ୍ଗି ଗ୍ରାମ ପଞ୍ଚାୟତ ର ପୁରୁଣାପଡା ଗ୍ରାମ ନବରଙ୍ଗପୁର ଜିଲ୍ଲା ସିମାନ୍ତ ଇନ୍ଦ୍ରାବତୀ ନଦୀକୁ ଲାଗି ବଣ ପାହାଡ ଘେରା ମଧ୍ୟରେ ଏହି ଗ୍ରାମ ଅବସ୍ଥିତ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପାନ୍ତ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଥିବା ବେଳେ, ଏହି ଆଦିବାସୀ ବହୁଳ ପୁରୁଣା ପଡା ଗ୍ରାମ ବାସୀଙ୍କ ପାଖରେ ବିକାଶ ପହଞ୍ଚି ପାରୁନାହିଁ । ବିକାଶର ଅପେକ୍ଷାରେ ଗ୍ରାମ ବାସୀଙ୍କ ଆଖିର ଲୁହ ଶୁଖିଗଲାଣି । ସରକାରଙ୍କ ଯୋଜନା ଏଠି ସ୍ୱପ୍ନ ପାଲଟିଛି । ଆଦିବାସୀବହୁଳ ଉପାନ୍ତ ଅଞ୍ଚଳର ମାଳ ମାଳ ଯୋଜନା ସବୁ ଯାଉଛି କୁଆଡେ। ଗ୍ରାମ ବାସୀଙ୍କ କହିବା ଅନୁସାରେ ସେମାନେ ଏହି ଗାଁ ରେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟରୁ ବସବାସ କରିଆସୁଛନ୍ତି। ହେଲେ ତଥାପି ଏହି ଗାଁ ପାଇଁ ପକା ରାସ୍ତା ଖଣ୍ଡେ ନାହିଁ କି ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ପରି ମୌଳିକ ସୁବିଧା ନଥିବାରୁ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶିକ୍ଷା ବ୍ୟବସ୍ଥା ନକହିବା ଭଲ, ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ରହିଥିବା ରୁ ଛୋଟ ଛୋଟ ପିଲା ମାନେ ଯାଉନଥିବା କହିଛନ୍ତି । ଏହି ଗ୍ରାମ ବାସୀ ଆଉ ଯଦି କାହାର ଦେହ ଖରାପ ହେଲେ କିମ୍ବା ଗର୍ଭବତୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେଲେ ଡାକ୍ତରଖାନା ଯିବା ପାଇଁ ଆମ୍ବୁଲାନ୍ସ ଡାକିଲେ ଗାଁ ରୁ ଦୁଇ କିଲୋମିଟର ଦୂରରେ ରହିଯାଏ ।ସେଥିପାଇଁ ରୋଗୀ ହେଉ କି ଗର୍ଭବତୀ ହେଉ ତାଙ୍କୁ ଖଟିଆରେ ବୋହିକି ଆମ୍ବୁଲାନ୍ସ ଯାଏ ନେବାକୁ ପଡ଼ିଥାଏ । ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହି ଗ୍ରାମକୁ ବିକାଶ କେବେ ଫେରିବ ଦେଖିବା କଥା ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ନିଆରା ଭାବର ସ୍ମୃତି

ବେଣୁଧର ସୂତାର ଙ୍କ କବିତା ଅମୃତର ସପନ

Sunil Chandra Nayak

ପର୍ଯ୍ୟଟନ ଋତୁର ସ୍ପର୍ଶ ରେ ଚଳଚଂଚଳ ଡଗରା ବେଳା ଭୂମି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort