ତାଳଚେର ( ଆର୍ତ୍ତତ୍ରାଣ ପାଣି ) : ତାଳଚେର ଉପଖଣ୍ଡ ରେ ଥିବା ବିଭିନ୍ନ ପୋଷ୍ଟ ଅଫିସ୍ ରେ ଆର୍. ଟି. ଆଇ. ନିମନ୍ତେ ବ୍ୟବହୃତ ହେଉଥିବା ଦଶ ଟଙ୍କିଆ ଇଣ୍ଡିଆନ୍ ପୋଷ୍ଟାଲ ଅର୍ଡର ଗୁଡିକ ଉପଲବ୍ଧ ହେଉ ନଥିବା ଅନେକ ଆର୍ର. ଟି. ଆଇ କର୍ମକର୍ତ୍ତାଙ୍କ ଠାରୁ ଶୁଣିବାକୁ ମିଳୁଛି l ତାଳଚେର ହାତତୋଟା, ଦେଉଳବଡା, ଡେରା, ବାଲଣ୍ଡା ଆଦି ସ୍ଥାନରେ ଥିବା ପୋଷ୍ଟ ଅଫିସରେ ମୁଖ୍ୟତଃ ଏହା ବର୍ତ୍ତମାନ ଉପଲବ୍ଧ ନଥିବାରୁ ଅନେକ ଆର୍ର. ଟି.ଆଇ କର୍ମକର୍ତ୍ତା ଅସନ୍ତୋଷ ବ୍ୟକ୍ତ କରୁଥିବା ପରି ଲକ୍ଷିତ ହେଉଛି l ଆଶା କରାଯାଏ ଏହି ପୋଷ୍ଟ ଅଫିସ ଗୁଡିକ ଯଥା ଶୀଘ୍ର ଏ ଦିଗରେ ପଦକ୍ଷେପ ନେବେ ବୋଲି ଏ ଦିଗରେ କାର୍ଯ୍ୟରତ କର୍ମକର୍ତ୍ତା ଆଶା ରଖିଛନ୍ତି l