ଥୁଆମୂଳ ରାମପୁର:୧୭/୧୨ – (ମ.ନି.ସ):- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହେଉଛି। ଯାହାକି ପ୍ରର୍ଯ୍ଯାପ୍ତ ପରିମାଣରେ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବେସରକାରୀ ସଂସ୍ଥା ଗୁଡିକ ଥୁଆମୂଳ ରାମପୁର ବ୍ଳକରେ ଲୋକଙ୍କର ସ୍ବାସ୍ଥ୍ଯ ସେବା ଯୋଗାଇ ଦେବା ପାଇଁ ଆଗେଇ ଆସୁଛନ୍ତି। କାଣିଗୁମାରେ ଥିବା ସ୍ବାସ୍ଥ୍ୟ ସ୍ଵରାଜ ସୋସାଇଟି କେରପାଇ ଉପ ସ୍ବାସ୍ଥ୍ୟ କେନ୍ଦ୍ର ଦ୍ବାରା ଦୁର୍ମମ ଅଞ୍ଚଳ ବସବାସ କରୁଥିବା ଲୋକଙ୍କୁ ସେବା ଯୋଗାଇ ଆସୁଅଛି। ସେହିଭଳି ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସିଲେଟ୍ ଗ୍ରାମପଞ୍ଚାୟତ ଠାରେ ଏକ ଗାଁ ସ୍ବାସ୍ଥ୍ୟ ପୋଷଣ ଘର ନାମକ ସେବା କେନ୍ଦ୍ର ଗତ ୧୬ ତାରିଖ ଶୁକ୍ରବାର ଦିନ ଉଦଘାଟନ ହୋଇଯାଇଛି। ସଂସ୍ଥାର ନିର୍ଦ୍ଦେଶ ଡାକ୍ତର ଆକ୍ଯୁନେସ୍ ଆଡସାରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଥୁଆମୂଳ ରାମପୁର ତହସିଲଦାର ଶ୍ରୀ ଇଶ୍ଵର ଚନ୍ଦ୍ର ଦାସ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଥୁଆମୂଳ ରାମପୁର ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ବେହେରା, ଅନ୍ଯାନ୍ଯ ଅତିଥି ଙ୍କ ମଧ୍ୟରେ ସ୍ଥାନୀୟ ସମିତି ସଭ୍ଯ ଶ୍ରୀ ବିପିନ ନାଏକ, ସରପଞ୍ଚ ଶ୍ରୀମତୀ ସୁକାନ୍ତି ମାଝୀ, ନାଏକ ସରପଞ୍ଚ ଶ୍ରୀମତୀ ଅଞ୍ଜଳି ମାଝୀ, ଶ୍ରୀ ନିଳାଞ୍ଚଳ ନାଏକ,ଶ୍ରୀ ହରିମାଝୀ, ଶ୍ରୀ ଧୋବା ନାଏକ ପ୍ରମୁଖ ଯୋଗଦେଇଥିଲେ। ଉଦଘାଟନି ଉତ୍ସବ କାର୍ଯ୍ଯକ୍ରମକୁ ଆୟୋଜକ ସଂସ୍ଥାର ଉପ – ନିର୍ଦ୍ଦେଶ ଡାକ୍ତର ବିଶ୍ବ ଜଗନ୍ନାଥ ପରିଚାଳନା କରିଥିଲେ।
Uncategorizedଅପରାଧଅର୍ଥନୀତିଅଳପ ଗଳ୍ପଆଞ୍ଚଳିକଆମ ଓଡ଼ିଶାକ୍ରୀଡ଼ାଜୀବନ ରେଖାତାଜା ଖବରତୀର୍ଯ୍ୟକ୍ଦର୍ପଣଧର୍ମୀୟ ସଂସ୍କୃତିନିଯୁକ୍ତିପ୍ରବନ୍ଧବିଦେଶବିବିଧଭିଡ଼ିଓମନୋରଞ୍ଜନରାଜନୀତିରାଶିଫଳସାହିତ୍ୟ ଅଗଣାସ୍ଵାସ୍ଥ୍ୟ