ରୁପ୍ରା, ୧୭/୧୨ (ମନିସ ) : ନର୍ଲା ବ୍ଲକ୍ ଅଧିନ ନର୍ଲା ସ୍ଥିତ ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ବ୍ଲକ୍ ସ୍ତରୀୟ ଶିଶୁମେଳା ୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଓଷ୍ଟାର ପ୍ରାକ୍ତନ ସମ୍ପାଦକ ତଥା ବର୍ତ୍ତମାନର ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାସ ଯୋଗଦେଇ ଥିବା ବେଳେ ଓଷ୍ଟାର ବ୍ଲକ୍ ସଭାପତି ଅର୍ଜୁନ ତାରେଣିଆଙ୍କ ସଭାପତିତ୍ବରେ ଶିଶୁମେଳା ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥିଭାବେ ରାଜ୍ୟ କାର୍ଯ୍ୟକାରିଣୀ ଓଷ୍ଟାର ସହ ସମ୍ପାଦକ ମୃତ୍ୟୁଞ୍ଜୟ ବେହେରା, ବ୍ଲକ୍ ଉପ ସଭାନେତ୍ରୀ ଅର୍ଚ୍ଚନା ଦାସ ,ସମ୍ପାଦକ ବିକ୍ରମ ଗଉଡ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁବାଷ ଚନ୍ଦ୍ର ପଧାନ ଓ ପ୍ରଫୁଲ୍ଲ ବାରିକ ପ୍ରମୁଖ ଯୋଗଦାନ କରିଥିଲେ। ମଞ୍ଚ ପରିଚାଳନା ମନୋଜ ଭୋଇ କରିଥିଲେ।
ଉକ୍ତ ଶିଶୁମେଳାରେ ବ୍ଲକ ଅଧିନ ସମସ୍ତ ଉଚ୍ଚ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ନୃତ୍ୟ, ସାଧାରଣଗ୍ୟାନ, କୁଇଜ୍, ଚିତ୍ରାଙ୍କନ ଓ ଅଭିନୟ ଇତ୍ୟାଦି ୧୦ଟି ଇଭେଣ୍ଟରେ ଅଂଶ ଗ୍ରହଣ କରିଥିଲେ।
କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଉକ୍ତ ଶିଶୁମେଳାରେ ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ବିକ୍ରମ ଗଉଡ ଧନ୍ୟବାଦ ଅର୍ପଣ କରିଥିଲେ।
Uncategorizedଅପରାଧଅର୍ଥନୀତିଅଳପ ଗଳ୍ପଆଞ୍ଚଳିକଆମ ଓଡ଼ିଶାକ୍ରୀଡ଼ାଜୀବନ ରେଖାତାଜା ଖବରତୀର୍ଯ୍ୟକ୍ଦର୍ପଣଧର୍ମୀୟ ସଂସ୍କୃତିନିଯୁକ୍ତିପ୍ରବନ୍ଧବିଦେଶବିବିଧଭିଡ଼ିଓମନୋରଞ୍ଜନରାଜନୀତିରାଶିଫଳସାହିତ୍ୟ ଅଗଣାସ୍ଵାସ୍ଥ୍ୟ