ଚନ୍ଦାହାଣ୍ଡି-17/12(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନ ଖଇରଭାଡି ଗ୍ରାମର ବାସୁଦେବ ସାହୁ ଙ୍କ ପୁଅ ହେମଧର ସାହୁ ଏକ ମେଧାବୀ ଛାତ୍ର ହୋଇଥିଲେ ହେଁ ସେ ତାଙ୍କ ପରିବାର ର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ ତଥା ଗରିବ ଅସହାୟ ଅଟନ୍ତି l ତେଣୁ ଆଜି ପାନାବେଡା ଝରିଆ ସାହୁ ସମାଜ ତରଫରୁ ସହାୟତାର ହାତ ବଢ଼େଇଥିବା ଆଜି ଆଞ୍ଚଳିକ ବୈଠକ ଟିରେ ଉକ୍ତ ଛାତ୍ର ହେମଧର ର ପଢ଼ା ଖର୍ଚ୍ଚ ପାଇଁ କୋଡିଏ ହଜାର ସହାୟତା କରାଯାଇ ଥିବାବେଳେ ନିର୍ମାଣଧୀନ ଥିବା ଗମ୍ଭାରୀଗୁଡା ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟ ପାଇଁ ପଚାଶ ହଜାର ସହାୟତା କରାଯାଇଥିବା ଜଣାପଡିଛି l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ସଭାପତି ଝୁମୁକଲାଲ ସାହୁ, ପୂର୍ବତନ ସଭାପତି ଲକ୍ଷ୍ମଣ ସାହୁ, ଘାସିରାମ ସାହୁ, ସୁବାଷ ଚନ୍ଦ୍ର ସାହୁ, ଆଞ୍ଚଳିକ କମିଟି ସଭ୍ୟ ଚିତୃ ସାହୁ, ଦିବାଚନ ସାହୁ, ପଦୁ ସାହୁ, କାଶୀନାଥ ସାହୁ, ଶ୍ରୀଧର ସାହୁ, ମୋତିଲାଲ ସାହୁ, କାର୍ତ୍ତିକ ଚନ୍ଦ୍ର ସାହୁ, ପବିତ୍ର ମୋହନ ସାହୁ, ତୀରଣ ସାହୁ, ହରଷ ସାହୁ, ବଦନ ସାହୁ, ଅଶୋକ ସାହୁ, ପଦୁଲୋଚନ ସାହୁ, କୃତିବାସ ସାହୁ ସମେତ ଶତାଧିକ ସାମାଜିକ କର୍ମୀ ଉପସ୍ଥିତ ଥିଲେ l
previous post
next post