ଚନ୍ଦାହାଣ୍ଡି(ମନି ସ) ଚନ୍ଦାହାଣ୍ଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(ଏନପିଏସ) ଆନୁକୂଲ୍ୟରେ ଚନ୍ଦାହାଣ୍ଡି ବ୍ଲକ ମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅବସରପ୍ରାପ୍ତ ଶିକ୍ଷକ ଧନୁର୍ଦ୍ଧର ନାୟକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଶ୍ଵ ରଞ୍ଜନ ପଣ୍ଡା ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥି ମାନ୍ୟବର ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନୀଳକଣ୍ଠ ଦାଶ , ବିଜୟାନନ୍ଦ ସୋରୀ, ପ୍ରେମଚାନ୍ଦସିଂ ଧୁରୁଆ, ନିଖିଳ ଉତ୍କଳ ଶିକ୍ଷକ ସଂଘ,ଚନ୍ଦାହାଣ୍ଡି ସଭାପତି ପଦୁଲୋଚନ ସାହୁ , ଓପଟା ଜିଲ୍ଲା ଉପସଭାପତି ତ୍ରିପତି ଦଳେଇ ଯୋଗଦେଇଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଧନୁର୍ଦ୍ଧର ନାୟକ ଙ୍କୁ ଉପଢୈାକନ ସହ ସାଇକଲ,ଛତା,ଜୋତା ପ୍ରଦାନ କରାଯାଇଥିଲା । ନୂତନ ପେନସନ ବ୍ୟବସ୍ଥା ସମସ୍ତ ଶିକ୍ଷକ ସମାଜ ପାଇଁ ଅଭିଶାପ ବୋଲି ସମସ୍ତ ଉପସ୍ଥିତ ବକ୍ତା ଆଲୋକପାତ କରିଥିଲେ।ଉପସ୍ଥିତ ଶିକ୍ଷକ ମାନେ ଶ୍ରୀ ନାୟକ ଙ୍କ ଶିକ୍ଷକତା ଜୀବନର ଭୂୟସୀ ପ୍ରଶଂସା କରିବା ସହ ତାଙ୍କ ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ । ଶ୍ରୀ ନାୟକ ଲାଙ୍ଗପଡା ନୋଡାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ।ଏହି କାର୍ଯ୍ୟକ୍ରମକୁ ଓପଟା ଚନ୍ଦାହାଣ୍ଡି ସମ୍ପାଦକ ଏମ ବିଘ୍ନେଶ୍ବର ଆଚାରୀ ପରିଚାଳନା କରିଥିଲେ। ଏହି ଅବସର ସମ୍ବର୍ଦ୍ଧନା ସଭା ରେ ଶିକ୍ଷକ ରେଣୁଧର ପୂଜାରୀ,ନାରାୟଣ ରଥ,ଶୋଭାସିଙ୍ଗ ପୋଡ଼,ମହେନ୍ଦ୍ର ନାୟକ, ଟିକଚନ ବାଘ,ରବୀନ୍ଦ୍ର ନାୟକ,ଆଶିଷ ରଞ୍ଜନ ଖମାରୀ, ବୃନ୍ଦାବନ ସାହୁ, ପବିତ୍ର ମୋହନ ଡଙ୍ଗରୀ, ହରେକୃଷ୍ଣ ସାହୁ, ଅଭିରାମ ବଗର୍ତ୍ତି, ରାଜେଶ୍ୱର ଦଣ୍ଡସେନା,କୁମୁଦ ବାଘ, ତୁଳରାମ ସୁନାନୀ, ସୁଷମା ଦାଶ, ନଳିନୀ ମାଝୀ,ସଂଗୀତା ବେହେରା,ଗମନୀ ପୂଜାରୀ,ରଞ୍ଜିତ ସାହୁ,ବିଦ୍ୟୁତ ପ୍ରଭା କଚିମ,ଜୁଗଜ୍ୟୋତି ବସ୍ତିଆ,ରମେଶ ସାହୁ,ଯୋଗେନ୍ଦ୍ର ବେଶ୍ରା,ପଙ୍କଜ କୁମାର ସ୍ବାଇଁ,ତିଲଚନ୍ଦ ନାୟକ,ଡିଙ୍ଗର ସିଂ ଜଗତ, ଗିରିଧାରୀ ନାୟକ ସମେତ ବ୍ଲକର ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଶିକ୍ଷକ ସୌରୀ ରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।