ଡାବୁଗାଁ, ୧୭/୧୨ (ମ.ନି.ସ.)-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ମେଦନା ପଞ୍ଚାୟତ ଅଧୀନ ମାଲିଗୁଡା ଗ୍ରାମରେ ଡାବୁଗାଁ ବନ ବିଭାଗ ତରଫରୁ କାମ୍ପା ଯୋଜନା ଅଧୀନରେ ଏକ ପ୍ରାଣୀ ଚିକିତ୍ସା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମଙ୍ଗୋ ଯୋଗ ଦେଇ ଜଙ୍ଗଲ ସୁରକ୍ଷା, ଗୃହ ପାଳିତ ପ୍ରାଣୀଙ୍କ ର ସୁସ୍ଥ ଶରୀର ନିମନ୍ତେ ଟୀକାକରଣ, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ଜଙ୍ଗଲରେ ବସବାସ କରୁଥିବା ବନ୍ୟଜନ୍ତୁଙ୍କର ସୁରକ୍ଷା ଉପରେ ଗ୍ରାମବାସୀ ମାନଙ୍କୁ ବୁଝାଇଥିଲେ | ଏଥିରେ ଡାବୁଗାଁ ଭାରପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ସାରସ୍ଵତ ସାହୁ ଓ କର୍ମଚାରୀ କିଶୋର ନାୟକ ଯୋଗ ଦେଇ ଗୃହପାଳିତ ପ୍ରାଣୀ ଯଥା:- ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦି ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଟିକାକରଣ କରି ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା | ଏଥିରେ ଏଥିରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ଵ ପ୍ରାଣୀ ମାନଙ୍କ ଚିକିତ୍ସା କରଯାଇଥିଲା | ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ରିତାରାଣୀ ବିଶ୍ଵାସରାୟ, ସରସ୍ଵତୀ ମେହେର, ନମିତା ମହାନ୍ତି, କାର୍ତ୍ତିକ ମାଝି, ପ୍ରକାଶ ସରକାର, ମନୋରଞ୍ଜନ ନାୟକ, ଉମାଶଙ୍କର ମିଶ୍ର, ଆମ ଜଙ୍ଗଲ ଯୋଜନା କର୍ମକର୍ତ୍ତା କୃପାଦାସ ମହୁରିଆ ଓ ହରିହର ନାୟକ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ