କାମାକ୍ଷାନଗର (ମ ନି ସ)17/12/ କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଅନ୍ତର୍ଗତ ଗଡ଼ପଳାଶୁଣୀ ଗ୍ରାମର ଗଡ଼ସାହିରେ ଶୁକ୍ରବାର ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ମହିଳା ଗୁରୁତର ଭାବେ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି l ସୂଚନା ଅନୁଯାଇ ଗୋଡ଼ିସାହିର କାନ୍ହୁ ଚରଣ ମହାନ୍ତ ଙ୍କ କନ୍ୟା ପାତିଆ ଘରେ ଏକ କାଠ ଚୁଲିରେ ରୋଷେଇ କରୁଥିଲେ l ଅସାବଧାନତା ଯୋଗୁଁ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା l ଏହା ଜଣା ପଡିବା ପରେ ପାତିଆ ଚିତ୍କାର କରିଥିଲେ l ତାଙ୍କ ଚିତ୍କାର ଶୁଣି ଘରେ କେହି ନଥିବାରୁ ପଡୋଶୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିବା ପରେ ଗୁରୁତର ପାତିଆଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ସଂକଟପର୍ଣ୍ଣ ଥିବାର ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ